ଗୁରୁଗ୍ରାମ: କିଛି କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ଅଫିସ୍ ମାନେ ଟେନସନ୍ । ଚାକିରି କହିଲେ, ଓ୍ବାର୍କଲୋଡ, ଅଫିସର ଚାପ, ବସଙ୍କ ଗାଳି…ଏମିତି ଅନେକ କିଛି କର୍ମଚାରୀଙ୍କୁ ଅତିଷ୍ଠ କରିଥାଏ । ଏହାକୁ ନେଇ କିଛି ଆତ୍ମହତ୍ୟା ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଏଭଳି ସ୍ଥଳରେ ଏବେ ଗୁରୁଗ୍ରାମରେ ଥିବା ଗୁଗୁଲ ଅଫିସର କିଛି ଝଲକ ଆପଣଙ୍କୁ ଚକିତ କରିବ । ଅଫିସରରେ ଯୋଗାଯାଉଥିବା ସୁବିଧା ଦେଖି ଆପଣ ବି ଭାବିବେ, କାଶ୍..ମୁଁ ବି ଏଠି ଚାକିରି କରନ୍ତି…।
ତେବେ ସେ କାର୍ଯ୍ୟସ୍ଥଳୀ ହେଉକି, କାର୍ଯ୍ୟବ୍ୟବସ୍ଥା ସବୁବେଳେ ନିଜର ଅଣପାରମ୍ପରିକ ବ୍ୟବସ୍ଥା ପାଇଁ ଚର୍ଚ୍ଚାରେ ରହିଛି ଗୁଗୁଲ । ତା’ର କର୍ମଚାରୀଙ୍କୁ ଏକ ଚାପମୁକ୍ତ ଏବଂ ବିଳାସପୂର୍ଣ୍ଣ ପରିବେଶ ଯୋଗାଇଛି । ଯାହାର ଗୁରୁଗ୍ରାମ କାର୍ଯ୍ୟାଳୟର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାରି ଚର୍ଚ୍ଚାରେ ରହିଛି । ଏହାକୁ ନେଇ ୟୁଜର୍ସ ଇର୍ଷା କରୁଥିବା ବେଳେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।
ଶିବାଙ୍ଗୀ ଗୁପ୍ତା ନାମକ ଜଣେ ମହିଳା , ଯେକି ଗୁରୁଗ୍ରାମ ଗୁଗୁଲ ଅଫିସରେ କାମ କରନ୍ତି । ସେ ତାଙ୍କ ଅଫିସର ଗୋଟିଏ ଦିନର ବ୍ଲଗ୍ ସେୟାର କରିଛନ୍ତି । ଅଫିସକୁ ଯିବାଠାରୁ ଆରମ୍ଭ କରି ଅଫିସରୁ ଫେରିବା ପର୍ଯ୍ୟନ୍ତ, ସମସ୍ତ କାର୍ଯ୍ୟର ଏକ ବ୍ଲଗ୍ କରି ଛାଡିଛନ୍ତି । ଯେଉଁଥିରେ ସେ ତାଙ୍କର ଦିନ ତମାମର ଅଫିସରେ କାମ ଦେଖାଇ କହିଥିଲେ, ଆଜି ମୁଁ ତୁମକୁ ଗୁଗୁଲ କାର୍ଯ୍ୟାଳୟକୁ ନେଇଯିବି । ଏହା ପରେ ସେ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ଏହାପରେ ସିଧା ସେଠି ଥିବା ମାଇକ୍ରୋ କିଚେନକୁ ଯାଇଥିଲେ, ସେଠି କିଭଳି ଭାବେ ସ୍ନାକ୍ସ ଏବଂ ବିସ୍କିଟ୍, କଫି ଚାହା, କର୍ମଚାରୀଙ୍କ ପାଇଁ ସବୁ ଉପଲବ୍ଧ ରହିଛି ତାହା ଦେଖାଇଥିଲେ । ଏହା ପରେ ସେ ତାଙ୍କର ଲାପଟପର ଚାର୍ଜର ଆଣିବାକୁ ଭୁଲିଯାଇଥିଲେ । ତେଣୁ ସେହି ଅଫିସରେ ମଧ୍ୟରେ ଥିବା ଟେକ୍ ଭେଣ୍ଡିଂ ମେସିନକୁ ଯାଇ ତାଙ୍କର ଚାର୍ଜରର ସମସ୍ତ ଡିଟେଲ ଭରିଥିଲେ, ଆଉ ସଙ୍ଗେ ସଙ୍ଗେ ମେସିନରୁ ତାଙ୍କ ଚାର୍ଜର ବାହାରିଥିଲା । ଏହାପରେ କଫି ପିଇ, ତାଙ୍କର ଆଗାମୀ ପ୍ରୋଜେକ୍ଟଗୁଡ଼ିକ ବିଷୟରେ ଚିନ୍ତା କରିବା ପାଇଁ ଗେମ୍ସ ରୁମକୁ ଯାଇଥିଲେ । ସେଠି କିଛି ସମୟ ଖେଳିବା ପରେଏ ଏକ ଖାଲି କଠୋରୀ ମଧ୍ୟରେ ବସି ତାଙ୍କ ଇମେଲ ଯାଞ୍ଚ କରିଥିଲେ । ଏହାପରେ କିଛଇ ସମୟ ରେଷ୍ଟ ପାଇଁ କିଛି ବାଦ୍ୟ ଯନ୍ତ୍ର ବଜେଇଥିଲେ । ପରେ ସେ ଲଞ୍ଚ ଖାଇଥିଲେ । ଆଉ ଲଞ୍ଚର ଖାଇବା କୌଣସି ଫାଇଭ୍ ଷ୍ଟାର ହୋଟେଲର ଖାଇବା ଠାରୁ କମ୍ ନୁହେଁ । ଆଉ ସବୁଠୁ ରୋଚକ କଥା, ମଧ୍ୟାହ୍ନ ଖାଇବା ପରେ କିଛି ସମୟ ନାପ୍ (ଅଳ୍ପ ସମୟ ପାଇଁ ଶୋଇବା) ନେଇଥିଲେ । ଏହାପରେ ପୁଣି କିଛି ସମୟ ଲାପଟପରେ କ’ଣ କରିଥିଲେ । ଆଉ ଶେଷରେ ମସାଜ୍ ଚେୟାରରେ କିଛି ସମୟ ଅତିବାହିତ କରିବା ପରେ…ସିପ୍ଟ ଶେଷ । ଆଉ ଘଣକୁ ବାହାରି ପଡିଥିଲେ ଶିବାଙ୍ଗୀ । ଶେଷରେ ଶିବାଙ୍ଗୀ କହିଥିଲେ, ଆସନ୍ତାକାଲି ମୁଁ ପୁଣି ଥରେ ଅଫିସ ଆସିବାକୁ ଉତ୍ସୁକ ।
ଭିଡିଓ ଟିରେ, ମାଇକ୍ରୋ-ରୋଷେଇ ଘର ଠାରୁ ପୁଲ୍ ଟେବୁଲ୍ ସହିତ ଏକ ଖେଳ ରୁମ୍, ତା ସାଙ୍ଗକୁ ରେଷ୍ଟ ରୁମ୍, ସବୁ କିଛି ପ୍ରକୃତରେ ଏକ ଅଫିସ୍ କମ୍ ଆଉ ବିଳାସପୂର୍ଣ୍ଣ ହୋଟେଲ ପରି ଅନୁଭୂତ ହେଉଛି । ଶିବାଙ୍ଗୀ ଏହି ଭିଡିଓଟିକୁ ସେୟାର କରିବା ପରେ ଏହାକୁ ନେଇ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେହି କେହି ଏହାକୁ ଅଫିସ୍ କମ୍ ମାମୁଁ ଘର ବେଶର ବୋଲି ସମ୍ବୋଧନ କରିଛନ୍ତି । କେହି, ଏତେ ମଜାତ ମୁଁ ବୁଲି ଗଲା ବେଳେ ବି ପାଇନାହିଁ ବୋଲି ଲେଖିଛନ୍ତି । ଆଉ ଜଣେ ଲେଖିଛନ୍ତି, ଏହା ଏକ ସ୍ୱପ୍ନର ସ୍ଥାନ ପରି ମନେ ହେଉଛି । ଆଉ ଜଣେ ବ୍ୟବହାରକାରୀ କହିଛନ୍ତି, ମୋତେ ଗୁଗୁଲରେ କାମ ରହିବା ଆବଶ୍ୟକ ।
ଯାହାର ଭିଡିଓ ଭାଇରାଲ ହେବା ପରେ, ବାସ୍ତବରେ କର୍ମକ୍ଷେତ୍ର ଷ୍ଟାଣ୍ଡାର୍ଡ ଗୁଘୁଲ ଯେ କେତେ ଉଚ୍ଚରେ ରଖିଛି, ସେନେଇ ଚର୍ଚ୍ଚା ।
Comments are closed.