କୋଣାର୍କ (ପୁରୀ): ପୋଲିସକୁ ଘେରିଲେ ଗାଁ ଲୋକ । ଅଭିଯୁକ୍ତକୁ ଧରିବା ପାଇଁ ଯିବା ବେଳେ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହେଲେ ଥାନା ଅଧିକାରୀ ଓ କର୍ମଚାରୀ । ପୁରୀ ଜିଲ୍ଲା ଗୋପ ଥାନା ଆଇଆଇସିଙ୍କ ସମେତ ୧୦ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ । ଗୋପ ବ୍ଲକ ରେଢୁଆ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଚୋରି ଘଟଣାର ତଦନ୍ତ ପାଇଁ ରେଢୁଆ ଗାଁକୁ ଗତକାଲି ରାତିରେ ଯାଇଥିଲା ଗୋପ ପୋଲିସ ଟିମ୍ । ଦୁଇ ଜଣ ଏଏସଆଇଙ୍କ ସମେତ ୧୦ ପୋଲିସ କର୍ମଚାରୀ ଯାଇଥିଲେ । ରାତିରେ ପୋଲିସ କାହିଁକି ଗାଁକୁ ଆସିଛି ଓ ଘଟଣାକୁ ମିଛ ବୋଲି କହିଥିଲେ ଗାଁ ଲୋକ ।
ପୋଲିସ ଗାଡ଼ିକୁ ଅଟକ ରଖିବା ସହ ସମସ୍ତ କର୍ମଚାରୀଙ୍କୁ ଘେରିଥିଲେ ଗାଁର ଶତାଧିକ ପୁରୁଷ ଓ ମହିଳା । ଖବରପାଇ ଗାଁରେ ନିମାପଡ଼ା ଏସଡିପିଓ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ବୁଝାସୁଝା କରିଥିଲେ । ଏହାପରେ ଅଟକ ପୋଲିସଙ୍କୁ ଛାଡ଼ିଥିଲେ ଲୋକ ।
Comments are closed.