Latest Odisha News

BREAKING NEWS

କାଲି ଶପଥ ନେବେ ନୂଆ ସିଏଜି, ଗିରୀଶ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହୋଇଛନ୍ତି ଦେଶର ନୂଆ ସିଏଜି । ଆସନ୍ତାକାଲି ସେ ଶପଥ ନେବେ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଗତକାଲି ତାଙ୍କ ନିଯୁକ୍ତି ପ୍ରସ୍ତାବ ଉପରେ ମୋହର ମାରିଥିଲେ ରାଷ୍ଟ୍ରପତି । ତାପୂର୍ବରୁ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ଗିରୀଶ ମୁର୍ମୁ ।

ନୂଆ ସିଏଜି ନିଯୁକ୍ତି ପରେ ଗିରୀଶ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଦାୟିତ୍ୱ ପାଇଁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.