Latest Odisha News

BREAKING NEWS

ଜଣିକିଆ ନୁହଁ, ଚୌଦ୍ବାର ଜେଲର ତିନି ଜଣିଆ ସେଲରେ ରହୁଛି ଗୋପାଳ ଦାସ

କଟକ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲର ତିନି ନମ୍ବର ସେଲରେ ରହୁନାହିଁ। ବରଂ ଗୋଟିଏ କୋଠରୀରେ ରହୁଥିବା ଅନ୍ୟ ଦୁଇ ଅନ୍ତେବାସୀଙ୍କ ସହିତ ରହୁଛି। ଗୋପାଳ ଭାଗବତ ପଢୁଛି, ଟିଭି ଦେଖିବାକୁ ଇଚ୍ଚା ପ୍ରକାଶ କରୁଛି ଇତ୍ୟାଦି ଅନେକ ଚିତ୍ତଚାଞ୍ଚଲ୍ୟ ଖବର ପ୍ରକାଶ ପାଉଥିବା ବେଳେ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଗୋପାଳର ସୁରକ୍ଷାକୁ ଦୃଷ୍ଟି ରଖି ଜେଲ କର୍ତ୍ତୃପକ୍ଷ ଗୋପାଳକୁ ତିନି ଜଣିଆ ସେଲରେ ରଖିଥିବା ସୂଚନା ରହିଛି।

BjdElectrycity

ଗୋପାଳର ମାନସିକ ଅବସ୍ଥା ଭଲ ନାହିଁ ବୋଲି କୁହାଯାଉଛି। ତେଣୁ ସେ ଯଦି ଏକାକୀ କୌଣସି କୋଠରୀ ଭିତରେ ରହିବ ତାହେଲେ ମାନସିକ ଅବସ୍ଥା ବିଗିଡିବାର ଖବର ମଧ୍ୟ ରହିଛି। ଏପରି ସ୍ଥିତିରେ ଜେଲ କର୍ତୃପକ୍ଷ ଗୋପାଳକୁ ତିନି ଜଣିଆ କୋଠରୀରେ ରଖିବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ମାନସିକ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି।

ଜେଲ କର୍ତୃପକ୍ଷ ଦିନରେ ଦୁଇ ବେଳା ଗୋପାଳ ପାଖକୁ ଯାଇ ସୁବିଧା ଅସୁବିଧା ବୁଝୁଛନ୍ତି। ସେ ଖବରକାଗଜ ପଢିବାରେ ରୁଚି ରଖୁଛି କିନ୍ତୁ ଟିଭି ଦେଖିବାକୁ ଇଚ୍ଛା ପ୍ରକାଶ କରୁନଥିବା ସୂଚନା ରହିଛି। ବେଳେ ବେଳେ ଟିଭି ଦେଖୁଛି। ଗୋପାଳ ରହୁଥିବା ସେଲ ଉପରେ 24 ଘଣ୍ଟିଆ ନଜର ରଖାଯାଇଛି। ସେହିପରି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ ମଧ୍ୟ କଡା ନଜର ରଖାଯାଇଥିବା ସୂଚନା ରହିଛି।

 

 

 

Leave A Reply

Your email address will not be published.