ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ । ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଜନ ବିରୋଧୀ କାର୍ଯ୍ୟକଳାପ ଯୋଗୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି । ତତ୍କାଳ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ନେଇ ନିର୍ଦ୍ଦେଶନାମ ଜାରି କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ତେବେ ଏସମ୍ପର୍କରେ ପ୍ରଦୀପଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଗତ କିଛି ଦିନ ହେବ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ମିଡିଆରେ ଚର୍ଚ୍ଚା ହେଉଛି । ଆଉ କିଛି ଦିନ ପରେ ଆକାଶଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କର ବାହାଘର ହେବାର ଥିଲା ।
ଏବେ ଭିଜିଲାନ୍ସ ଏସଆଇଟି ଅଭୟକାନ୍ତଙ୍କ ସମ୍ପର୍କୀୟଙ୍କୁ ଜେରା ପାଇଁ ଡାକିବ ବୋଲି କହିଛି । ଚର୍ଚ୍ଚା ହେଉଛି, ସମ୍ପର୍କୀୟଙ୍କ ଭିତରେ ଆସିବେ କି ପ୍ରଦୀପ ପାଣିଗ୍ରାହୀ । କାରଣ ତାଙ୍କର ଅଭୟକାନ୍ତଙ୍କ ପୁଅ ସହ ବାହାଘର ହେବାର ଥିଲା । ଏଭଳି ଚର୍ଚ୍ଚା ଭିତରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଜନ ବିରୋଧୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ପ୍ରଦୀପ ପାଣିଗ୍ରାହୀ ଗୋପାଳପୁରର ବିଧାୟକ ଅଛନ୍ତି । ସେ ନବୀନ ସରକାରରେ ପୂର୍ବରୁ ମନ୍ତ୍ରୀ ଥିଲେ ।
BREAKING NEWS
- RI office: ବେଆଇନ କାର୍ଯ୍ୟ କରିବାକୁ ମନା କଲେ RI…ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ; ଥାନାରେ ଅଭିଯୋଗ
- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା;ଜୁନ୍ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ
- Sara Ali Khan Badrinath Kedarnath Visit : ଆଉ କେଦାରନାଥ ଦର୍ଶନ କରିପାରିବେ ନାହିଁ ସାରା ଅଲି ଖାନ?
- Bhojpuri film:୨୦ ବର୍ଷ ତଳର ସେହି ବ୍ଲକବଷ୍ଟର ଫିଲ୍ମ
- SJFI ସ୍ୱର୍ଣ୍ଣ ଜୟନ୍ତୀ: ଉତ୍ତରାଞ୍ଚଳ ଜିତିଲା ଜେକେ ବୋଷ ଟ୍ରଫି, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସମ୍ମାନିତ
- Modi’s Farewell Speech in Rajyasabha: ରାଜ୍ୟସଭା ସାଂସଦଙ୍କ ଉଦ୍ଦେଶ୍ୟରେ ବିଦାୟୀ ଭାଷଣ, ପ୍ରଧାନମନ୍ତ୍ରୀ କହିଲେ, “ରାଜନୀତିରେ କୌଣସି ପୂର୍ଣ୍ଣଚ୍ଛେଦ ନାହିଁ”
- Harbhajan Singh On Mumbai Indians Win: ଭଜିଙ୍କ ଭବିଷ୍ୟବାଣୀ, ଏଥର ମୁମ୍ବାଇ ଇଣ୍ଡିଆନ୍ସ
- Bunker Buster Bombs On Iran Missile Sites: ଭୟଙ୍କର ରୂପ ନେଲା ଯୁଦ୍ଧ! ଇରାନୀ କ୍ଷେପଣାସ୍ତ୍ର ଘାଟି ଉପରେ ବଙ୍କର୍ ବଷ୍ଟର ବୋମା ପକାଇଲା ଆମେରିକା
- ବୁମରାହ, ଅକ୍ଷରଙ୍କ ସ୍ୟାଲେରୀ ବଢ଼ାଇବ ବିସିସିଆଇ
- ଯୁଦ୍ଧ ମଧ୍ୟରେ ଏଲ୍ପିଜି ସଙ୍କଟ: ଓଡ଼ିଆ କ୍ୟାପଟେନଙ୍କ ସାହସ ଓ କର୍ତ୍ତବ୍ୟ ପାଇଁ ଆଜି ଦେଶ ଗର୍ବିତ
Comments are closed.