Latest Odisha News

BREAKING NEWS

ୱାଜିଦଙ୍କ ମୃତ୍ୟୁ ପରେ ପରିବାର ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ କମଲରୁଖ

ମୁମ୍ବାଇ: ଦୀର୍ଘ ଦିନର ଅସୁସ୍ଥତା ପରେ ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ମୃତ୍ୟୁ ୧ ଜୁନ୍ ୨୦୨୦ ରେ ହୋଇଥିଲା। ଏହା ପରେ ସାଜିଦ-ୱାଜିଦଙ୍କ ପ୍ରସିଦ୍ଧ ଯୋଡି ସବୁଦିନ ପାଇଁ ବିଚ୍ଛିନ୍ନ ହୋଇଯାଇଥିଲା। କିନ୍ତୁ ୱାଜିଦଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ କମଲରୁଖଙ୍କ ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୋଇପଡ଼ିଥିବା ଜଣାପଡିଛି। କମଲରୁଖ ୱାଜିଦ୍‌ଙ୍କ ପରିବାର ଉପରେ ଉତ୍ପୀଡନର ଅଭିଯୋଗ ଆଣିଛନ୍ତି।

ୱାଜିଦ୍ ଖାନଙ୍କ ପତ୍ନୀ କମଲରୁଖ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଯେ ୱାଜିଦଙ୍କ ପରିବାର ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଛନ୍ତି। ଅନ୍ୟପକ୍ଷରେ ସେ ସ୍ୱାମୀଙ୍କ ଦେହାନ୍ତର ଯନ୍ତ୍ରଣାରୁ ମୁକ୍ତି ପାଇପାରିନଥିବା ବେଳେ ୱାଜିଦଙ୍କ ପରିବାର ତାଙ୍କୁ ହଇରାଣ କରୁଛନ୍ତି।

କମଲରୁଖ ଚିଠିରେ ନିଜର ଭାବନା ପ୍ରକାଶ କରି କହିଛନ୍ତି – ମୁଁ ଜଣେ ପାର୍ସୀ ଏବଂ ସେ ଜଣେ ମୁସଲମାନ ଥିଲେ। ଆମେ ଯେତେବେଳେ ବିବାହ କଲୁ, ସେତେବେଳେ ଆମେ ଏହାକୁ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ କରିଥିଲୁ।

Leave A Reply

Your email address will not be published.