Gopalpur Beach Festival: ୫ଦିନ ପାଳିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ; ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରୁ ବାହାରିବ ମସାଲ…
ବ୍ରହ୍ମପୁର:ଆସନ୍ତା ୨୨ ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ଉତ୍ସବ ଗୋପାଳପୁର ବେଳାଭୂମିରେ ପାଳନ କରାଯିବ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହୋତ୍ସବ ୫ଦିନ ପାଳିତ ହେବ । ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ପ୍ରଦକ୍ଷଣ ସମ୍ମିଳନୀ ଗୃହରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରୁ ମଶାଲ ଶୋଭାଯାତ୍ରା,ପଦଯାତ୍ରା ଓ ସମୁଦ୍ରରେ ଲେଜର ଶୋ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।
ଉତ୍ସବକୁ କିପରି ସୂଚାରୁ ରୂପେ ପାଳନ କରାଯିବ ସେନେଇ ବିଭିନ୍ନ କମିଟି ଗଠନ କରାଯିବ।
ଚଳିତବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବକୁ କିଛି ନୂଆ ରୂପରେ ପାଳନ କରିବା ସହ ଲୋକଙ୍କ ନିମନ୍ତେ ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ସ୍ଥଳ, ଆଇନଶୃଙ୍ଖଳା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଛି । ୩୦୦ ଷ୍ଟଲ କରିବା ନିମନ୍ତେ ବୈଠକରେ କୁହାଯାଇଛି ।
ସୂଚନାଥାଉକି, ଗୋପାଳପୁର ବେଳାଭୂମି ମହୋତ୍ସବରେ ଶାମୁକା ସ୍ମରଣିକା ଉନ୍ମୋଚନ କରାଯିବ । ପ୍ରଥମେ ଗଞ୍ଜାମ ଜିଲାର କଳା ସଂସ୍କୃତି ପ୍ରାଥମିକତା ଦିଆଯିବ ସହିତ ବିଭିନ୍ନ ଜିଲ୍ଲା, ରାଜ୍ୟ ଓ ଦେଶର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ। ଓଡିଆ, ତେଲୁଗୁ ଓ ହିନ୍ଦୀ କଣ୍ଠ ଶିଳ୍ପୀ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଝୋଟି,ଆଲୋଚନା ଚକ୍ର, କବିତା ପାଠୋତ୍ସବ, ଭଲିବଲ, ଫୁଟବଲ, ବୋଟ ରେସିଂ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ ।
ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନ ସଭ୍ୟା ସଭ୍ୟ ଓ ହୋଟେଲ ସଙ୍ଘର ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ।
Comments are closed.