Latest Odisha News

BREAKING NEWS

ଗ୍ରାହକଙ୍କୁ ଝଟକା: ଗୋଟିଏ ଦିନରେ ରୁପା ବଢ଼ିଲା ୨୦୦୦ ଟଙ୍କା

ନୂଆଦିଲ୍ଲୀ: ସୁନା ପରେ ଏବେ ରୁପାର ଦର ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି । ମୁମ୍ବାଇ ବଜାରରେ ବୁଧବାର ରୁପାର ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି ପାଇଛି।

ଯାହାଫଳରେ ବର୍ତ୍ତମାନ ରୁପା ମୂଲ୍ୟ ପ୍ରତି କେଜି ୪୫ ହଜାର ଟଙ୍କାର ସର୍ବୋଚ୍ଚ ସ୍ତର ଛୁଇଁଛି । ତେବେ ବୁଧବାର ସୁନା ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୩୮,୩୭୦ ଟଙ୍କା ରହିଛି।

ମିଳିଥିବା ସୂଚନା ଅନୁସାରେ ଔଦ୍ୟୋଗିକ ସଂସ୍ଥାଗୁଡ଼ିକ ଏବଂ ମୁଦ୍ରା ନିର୍ମାତାଙ୍କ ପକ୍ଷରୁ ଅଧିକ କିଣାକିଣି କରାଯିବା ଏବଂ ବିଶ୍ୱ ବଜାରରେ ଦରବୃଦ୍ଧି ଯୋଗୁ ଦେଶରେ ରୁପା ଦର ବଢ଼ିଛି ବୋଲି କୁହାଯାଉଛି ।

Comments are closed.