Latest Odisha News

BREAKING NEWS

ପୂର୍ବରୁ ‘କମଳା’ର ରଙ୍ଗ ଥିଲା ସବୁଜ !

କମଳା ଏକ ଲୋଭନିୟ ଫଳ । ଏହାକୁ ଦେଖିଦେଲେ ପାଟିରୁ ଲାଳ ବୋହିଆସିଥାଏ । ପୂର୍ବରୁ ଏହା କେବଳ ଶୀତଦିନେ ମିଳୁଥିଲା । କିନ୍ତୁ ଏବେ ଏହା ପ୍ରାୟତଃ ସବୁ ସମୟରେ ବଜାରରେ ମିଳୁଛି ।

ଆଜକୁ ପ୍ରାୟ ୪ହଜାର ବର୍ଷ ପୂର୍ବେ ସାଉଥ ଇଷ୍ଟ ଏସିଆରେ ପ୍ରଥମଥର ପାଇଁ ଏହାକୁ ଚାଷ କରାଯାଇଥିଲା । ପରେ ଏହା ଭାରତ ସମେତ ସାରା ବିଶ୍ୱରେ ଆଦୃତ ହୋଇଛି । କମଳାର ମୂଳନାମ ଫାରସି ଶବ୍ଦ ‘ନାରଙ୍ଗା’ରୁ ଆସିଛି । ଯାହାକୁ ଇଂରାଜୀରେ ନାରଙ୍ଗ ବୋଲି କୁହାଯାଇଛି ।

କମଳାର ରଙ୍ଗ କଣ ବୋଲି ଯଦି ପ୍ରଶ୍ନ କରାଯାଏ, ତେବେ ସମସ୍ତେ ଏହାର ଉତ୍ତର ‘କମଳା’ ବା ‘ନାରଙ୍ଗୀ’ ହିଁ ଦେବେ । କିନ୍ତୁ ଆପଣ ଜାଣନ୍ତିକି ପୂର୍ବରୁ କମଳାର ରଙ୍ଗ ସବୁଜ ଥିଲା ।

ସାଉଥ ଇଷ୍ଟ ଏସିଆରୁ ଉତ୍ପନ୍ନ କମଳାର ରଙ୍ଗ ବାସ୍ତବରେ ସବୁଜ ଥିଲା । ଧୀରେ ଧୀରେ ସମୟ ସହିତ ଏହାର ରଙ୍ଗ ବଦଳି ନାରଙ୍ଗୀରେ ପରିଣତ ହୋଇଥିଲା । ମାତ୍ର ବିୟତନାମ ଓ ଥାଇଲାଣ୍ଡ ଭଳି ଗରମ କ୍ଷେତ୍ରରେ ପାଚିଲା କମଳାର ରଙ୍ଗ ଏବେବି ସବୁଜ ରହିଛି ।

Leave A Reply

Your email address will not be published.