Latest Odisha News

ବଡ ଖବର: ରାସନ କାର୍ଡ ଧାରକଙ୍କୁ ଆଉ ମିଳିବନି ଚାଉଳ!

ନୂଆଦିଲ୍ଲୀ: ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରାସନ କାର୍ଡଧାରୀଙ୍କ ରାସନ କାର୍ଡରେ ବଡ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ସରକାର ରେସନ କାର୍ଡଧାରୀମାନଙ୍କୁ ମାଗଣାରେ ଚାଉଳ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ ରାସନ କାର୍ଡଧାରୀଙ୍କୁ ଆଉ ମାଗଣା ଚାଉଳ ମିଳିବନାହିଁ । ମାଗଣା ଚାଉଳ ବଦଳରେ ସରକାର ବର୍ତ୍ତମାନ ଅନ୍ୟ ୯ଟି ଜିନିଷ ଯୋଗାଇ ଦେବେ ବୋଲି ସୂଚନା ମିଳିଛି ।

ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା । ଜନତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ।

Comments are closed.