Latest Odisha News

BREAKING NEWS

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକରେ ସୋମବାର ଦିନ ୭ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୫୫୭ରେ ପହଞ୍ଚିଛି।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ ।

ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ୨ କଟକ ମହାନଗର ନିଗମ ଅଞ୍ଚଳର ରହିଛନ୍ତି । ତାହା ସ୍ଥାନୀୟ ମାମଲା ହୋଇଥିବା ବେଳେ ଜଣେ ୨୪ ବର୍ଷ ବୟସ୍କ ମହିଳା ଓ ଅଜ୍ୟଜଣେ ୨୮ ବର୍ଷ ବୟସ୍କ ପୁରୁଷ ବୋଲି ଜଣାପଡିଛନ୍ତି ।

ଉଲ୍ଲେଖଯୋଗ୍ୟ, କଟକରେ ବର୍ତ୍ତମାନ ୧୨୧ଟି ସକ୍ରିୟ ମାମଲା ରହିଥିବା ବେଳେ ୪୩୧ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ଜଣେ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.