Latest Odisha News

ତିନି ଗୁଣା ବଢିବ କ୍ୟାବ ଭଡା !

ଭୁବନେଶ୍ୱର: ଓଲା, ଉବେର ଏବଂ ଅନ୍ୟ କ୍ୟାବରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ଦେବାକୁ ପଡିପାରେ ୩ ଗୁଣା ଭଡା । କାରଣ କ୍ୟାବ ଗୁଡିକ ନିଜର ଯାତ୍ରା ଭଡା ତିନି ଗୁଣା ବଢାଇବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ମୋଟର ଯାନ ସଂଶୋଧନ ଆଇନରେ କେନ୍ଦ୍ର ସରକାର କ୍ୟାବ୍‌ ଏଗ୍ରିଗେର୍ଟସକୁ ନିଜର ସର୍ଜ ପ୍ରୋସେସିଂକୁ ସଂଶୋଧିତ କରିବା ସହ ଭଡା ବଢାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ମାତ୍ର, ଏପର୍ଯ୍ୟନ୍ତ କ୍ୟାବ୍‌ ସର୍ଭିସ ପାଇଁ ନୂଆ ନିୟମ ଲାଗୁ କରାଯାଇନାହିଁ।

ପ୍ରଥମଥର ପାଇଁ କ୍ରାବ୍‌ ଏଗ୍ରିଗେର୍ଟସକୁ ଅଲଗା ଅଲଗା ସଂସ୍ଥା ରୂପେ ମାନ୍ୟତା ଦିଆଯାଉଛି। ଏଥିପାଇଁ ସରକାର ଏହି କମ୍ପାନୀଗୁଡିକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ନିୟମ ପ୍ରସ୍ତୁତ କରୁଛନ୍ତି।

ଏହି ନିୟମ ଅନୁସାରେ ସରକାର ଏକ କ୍ୟାପ୍‌ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରୁଛନ୍ତି। ଯାହା କ୍ୟାବ୍‌ କମ୍ପାନୀଙ୍କ ଭଡାରେ ତିନିଗୁଣା ବୃଦ୍ଧି ହେବ। ସର୍ଜ ପ୍ରୋସେସିଂ ଏକ ମୂଲ୍ୟ ନିର୍ଦ୍ଧାରଣ ରଣନୀତି, ଯେଉଁଥିରେ ବ୍ୟବସାୟ ପାଇଁ ମାର୍କେଟ ମୂଲ୍ୟ ଅନୁସାରେ ଉତ୍ପାଦ କିମ୍ବା ସେବା ପାଇଁ ମୂଲ୍ୟ ନିର୍ଦ୍ଧାରିତ କରାଯାଏ । ସେହିପରି କ୍ୟାବ୍‌ ଏବଂ ଟ୍ୟାକ୍ସି ସିର୍ଭସର ଡିମାଣ୍ଡ ଅନୁସାରେ ଯାତ୍ରା ଭଡାର ମଲ୍ୟ ନିର୍ଦ୍ଧାରିତ କରାଯାଏ।

ଏହି ନିୟମ କର୍ଣ୍ଣାଟକରେ ଲାଗୁ ହୋଇସାରିଛି। ସେଠାରେ ଲକଜ୍ୟୁରି/ପ୍ରିମିୟମ କ୍ୟାବ ପାଇଁ ବେସ ପ୍ରାଇସ ୨.୨୫ ଗୁଣା ଏବଂ ଛୋଟ କ୍ୟାବ୍‌ ପାଇଁ ବେସ୍‌ ମୂଲ୍ୟ ୨ ଗୁଣା କରାଯାଇଥିଲା। କିନ୍ତୁ ଏବେ ସରକାର ଏହି ନିୟମକୁ ସମଗ୍ର ଦେଶରେ ଖୁବଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି।

Comments are closed.