Latest Odisha News

BREAKING NEWS

ଟ୍ରାଫିକ୍ ନିୟମ୍ କଡାକଡି: ବାଇକ୍ ଚାଳକଙ୍କୁ ୨୨ ହଜାରରୁ ଅଧିକ ଫାଇନ୍

ବଲାଙ୍ଗିର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ରବିବାର ଦିନ ବଲାଙ୍ଗିରରେ ଜଣେ ବାଇକ୍ ଚାଳକ ଉପରେ ଲାଗିଛି ପ୍ରାୟ ୨୨ ହଜାର ୫୦୦ ଟଙ୍କାର ଜୋରିମାନା ।

ଉକ୍ତ ବାଇକ୍ ଚାଳକ ଜଣକ ବେଲପଡା ଅଞ୍ଚଳର ସୁଶାନ୍ତ କୁମାର ମେହେର ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ସେ ବିନା ହେଲମେଟରେ ମଦ୍ୟପାନ କରି ଗାଡି ଚଲାଉଥିଲେ । ଆହୁରି ମଧ୍ୟ ସେ ଦୁର୍ବ୍ୟବହାର କରୁଥିବା ଅଭିଯୋଗରେ ୨ ହଜାର, ପରମିଟ୍ ନଥିବାରୁ ୫ ହଜାର, ସାଧାରଣ ନିୟମ ଉଲଘଂନ ଲାଗି ୫୦୦, ମଦ୍ୟପାନ କରି ଗାଡି ଚଲାଇବା ଯୋଗୁଁ ୧୦ ହଜାର, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର ଏବଂ ଅଧିକ ବେଗରେ ଗାଡି ଚାଳନା କରୁଥିବାରୁ ୫ ହଜାର ଫାଇନ୍ ଲଗାଯାଇଛି ।

ତେବେ ସୁଶାନ୍ତ ମଦ୍ୟପାନ କରି ଗାଡି ଚଲାଉଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ଏତେ ମୋଟା ଅଙ୍କର ତଣ୍ଡ ଗଣିବା ପାଇଁ ସକ୍ଷମ ନୁହଁନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.