ନୂଆଦିଲ୍ଲୀ: ସରକାର ଆଗୁଆ ସାଧାରଣ ନିର୍ବାଚନ ଯୋଜନାରେ ନାହାଁନ୍ତି। ଆଗୁଆ ନିର୍ବାଚନ ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ଖାରଜ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକାଳର ଶେଷ ଦିନ ଯାଏ ଭାରତର ନାଗରିକଙ୍କ ସେବା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାକ୍ଷାତକାରରେ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନକୁ ବିଳମ୍ବିତ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ। ମତଦାନ ଆଗକୁ ବଢ଼ିବା କିମ୍ବା ବିଳମ୍ବ ହେବା ନେଇ ହେଉଥିବା ସମସ୍ତ ଚର୍ଚ୍ଚାକୁ ସେ ‘ଗଣମାଧ୍ୟମର ଅନୁମାନ’ ବୋଲି କହି ଖାରଜ କରିଦେଇଛନ୍ତି।
ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ଏକ କମିଟି ଗଠନ କରିଛନ୍ତି, ଯେଉଁଥିରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ କରିବା ପାଇଁ ପ୍ରସ୍ତାବ ରହିଛି। ନିୟମାବଳୀକୁ ଚୂଡ଼ାନ୍ତ କରିବା ପୂର୍ବରୁ ଏହି କମିଟି ବିଭିନ୍ନ ପକ୍ଷଙ୍କ ସହ ବ୍ୟାପକ ଆଲୋଚନା କରିବ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଏହି କମିଟିରେ ସାମିଲ କରିବାକୁ ସରକାର ଚାହିଁବେ। ବିରୋଧୀଙ୍କ ସ୍ୱରକୁ ମିଶାଇଲେ ମୋଦୀ ସରକାରଙ୍କ ବଡପଣିଆର ପରିଚୟ ମିଳୁଛି ବୋଲି ସେ କହିଛନ୍ତି।
Comments are closed.