Latest Odisha News

ଏହି ସବୁ ଔଷଧକୁ ଅତ୍ୟାବଶ୍ୟକୀୟ ତାଲିକାକୁ ହଟାଇଲେ କେନ୍ଦ୍ର ସରକାର

ଓଡିଶା ସମ୍ବାଦ ବ୍ୟୁରୋ: ସରକାରଙ୍କ ବଡ଼ ନିଷ୍ପତ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଇଛି ଏହି ନିଷ୍ପତ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଶେଷଜ୍ଞଙ୍କ ବିମର୍ଶ ପରେ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ବାଦ୍ ପଡିଲା ୨୬ଟି ଔଷଧ । ସବୁଠାରୁ ବଡ଼ କଥା ହେଲା, ପୂର୍ବରୁ ଏହି ତାଲିକାରେ ଥିବା କ୍ୟାନ୍‌ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟାସିଡ୍ ସଲ୍ଟ ରାଣ୍ଟିଡାଇନ୍‌କୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି।

ଏହାସହ ଜାତୀୟ ଅତ୍ୟାବଶ୍ୟକୀୟ ମେଡିସିନ୍ ତାଲିକାରେ ଡାଇବେଟିସ୍, HIV, ଟିବି ଓ କ୍ୟାନ୍ସର ଭଳି ରୋଗର ୩୪ଟି ନୂଆ ଔଷଧ ସାମିଲ ହୋଇଛି। ନୂଆ ଔଷଧ ଯୋଡ଼ି ହେବା ପରେ ଦେଶରେ ଅତ୍ୟାବଶ୍ୟକ ଔଷଧ ସଂଖ୍ୟା ୩୮୪କୁ ବୃଦ୍ଧି ପାଇଛି।

ଏଥିସହ ଏହି ତାଲିକାରୁ ବାଦ୍ ପଡିଛି ବଦହଜମି ନିମନ୍ତେ ବ୍ୟବହୃତ ଔଷଧ ରାଣ୍ଟିଡାଇନ୍‌। ସେହିପରି ରାନ୍‌ଟାକ୍‌ ମେଡିସିନ୍‌ ମଧ୍ୟ ବାଦ୍‌ ପଡିଛି। ଧ୍ୟାନ ରଖନ୍ତୁ ଯଦି ଆପଣ ଏହି ମେଡିସିନ୍‌କୁ ବ୍ୟବହାର କରୁଛନ୍ତି ତା’ହେଲେ ସାବଧାନ ହୋଇଯାଆନ୍ତୁ। ଏହା କ୍ୟାନ୍ସରର କାରଣ ସାଜିପାରେ। ସୁକ୍ରାଲଫେଟ, ହ୍ୱାଇଟପେଟ୍ରୋଲେଟମ, ଓ ମେଥିଡୋପ୍ଲା ଭଳି ଔଷଧ ମଧ୍ୟ ତାଲିକାରୁ ବାଦ୍‌ ପଡ଼ିଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ଏନଏଲଇଏମ ଶ୍ରେଣୀରେ ଏହି ଔଷଧଗୁଡିକୁ ସାମିଲ କରିବା ପାଇଁ ଘୋଷଣା କରିଛନ୍ତି । କ୍ୟାନସର ସମ୍ବନ୍ଧୀୟ ବିପଦ ଥିବା ଜଣାପଡ଼ିବା ପରେ ରାଣ୍ଟିଡାଇନ୍‌କୁ ନେଇ ସାରା ବିଶ୍ୱରେ ଯାଞ୍ଚ ଚାଲିଛି। ସେଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ AIIMS ସହ ଆଲୋଚନା କରି ଏହାକୁ ତାଲିକାରୁ ବାଦ୍‌ ଦେବାକୁ ଘୋଷଣା କରିଛି।

ସ୍ୱାସ୍ଥ୍ୟସେବାର ସବୁ ସ୍ତରରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ପହଞ୍ଚାଇବା ଲାଗି, ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକା ଜାରି କରାଯାଇଛି। ଏହା ରୋଗୀଙ୍କର ହେଉଥିବା ଖର୍ଚ୍ଚକୁ କମ କରିବ। ଔଷଧର ମୂଲ୍ୟ, ସୁରକ୍ଷା ଏବଂ ପ୍ରଭାବକୁ ବିଚାରକୁ ନିଆଯାଇ ନୂଆ ଔଷଧକୁ ଜାତୀୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରେ ସାମିଲ କରାଯାଇଛି। ତେବେ ତାଲିକାରେ ସାମିଲ ହୋଇଥିବା ମେଡିସିନର ମୂଲ୍ୟ, ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍‌ ପ୍ରାଇସିଂ ଅଥରିଟି ଧାର୍ଯ୍ୟ କରିବ।

Leave A Reply

Your email address will not be published.