Latest Odisha News

BREAKING NEWS

ରାଜ୍ୟ ସିନିୟର ହକି ଚାମ୍ପିୟନଶିପ: ଚୂଡାନ୍ତ ହେଲା ସେମିଫାଇନାଲ ଲାଇନ ଅପ

ଭୁବନେଶ୍ୱର: ରାଜ୍ୟ ସିନିୟର ହକି ଚାମ୍ପିୟନଶିପର ସେମିଫାଇନାଲ ଲାଇନ ଅପ ଆଜି ଚୂଡାନ୍ତ ହୋଇଛି । ସେଲ, ଇଷ୍ଟକୋଷ୍ଟ ରେଲୱେ, ସୁନ୍ଦରଗଡ ଓ ଖୋର୍ଦ୍ଧା ଚମତ୍କାର ପ୍ରଦର୍ଶନ ସହ ସେମିରେ ପ୍ରବେଶ କରିଛନ୍ତି । ହକି ଆସୋସିଏଶନ ଅଫ ଓଡିଶା ଆନୁକୂଲ୍ୟରେ କିଟ ୟୁନିଭରସିଟି ଓ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚଗୁଡିକ ଆୟୋଜିତ ହେଉଛି । ଶ୍ରେଷ୍ଠ ପ୍ରଦର୍ଶନକାରୀ ଟିମ ଆଗାମୀ ଜାତୀୟ ଚାମ୍ପିୟନଶିପରେ ପ୍ରତିନିଧିତ୍ୱ କରିବେ । କ୍ୱାର୍ଟର ଫାଇନାଲ ମୁକାବିଲାରେ ସେଲ ୭-୩ ଗୋଲରେ ଓଡିଶା ପୋଲିସକୁ, ଇଷ୍ଟକୋଷ୍ଟ ରେଲୱେ ୮-୧ରେ ଦେଓଗଡକୁ, ସୁନ୍ଦରଗଡ ୬-୦ରେ ଜଗତସିଂହପୁରକୁ ଓ ଖୋର୍ଦ୍ଧା ୩-୦ରେ ଗଜପତିକୁ ପରାସ୍ତ କରିଥିଲେ ।

ଶୁକ୍ରବାର କିଟରେ ସେମିଫାଇନାଲ ମୁକାବିଲା ଆୟୋଜିତ ହେବ । ରାଜ୍ୟସ୍ତରୀୟ ଏହି ହକି ଚାମ୍ପିୟନଶିପରେ ୨୫ ଜିଲ୍ଲାର ଟିମ ଏବଂ ୫ ଏକାଡେମୀ ଏବଂ ଇନଷ୍ଟିଚ୍ୟୁଶନ ଅଂଶଗ୍ରହଣ କରିଛନ୍ତି । ଓଡିଶାର ପ୍ରତିଭାବାନ ଖେଳାଳି ଏହା ମାଧ୍ୟମରେ ସମ୍ମୁଖକୁ ଆସିପାରିବେ ବୋଲି ଏଚଏଓର ସଭାପତି ତଥା ହକି ପ୍ରମୋଶନ କାଉନସିଲ ଚେୟାରମ୍ୟାନ ଦିଲୀପ ତିର୍କୀ କହିଛନ୍ତି ।

Leave A Reply

Your email address will not be published.