Latest Odisha News

BREAKING NEWS

ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣା, ଆଜିଠୁ ପ୍ରତିବାଦ କରିବେ ଜିଲ୍ଲାର ସରକାରୀ କର୍ମଚାରୀ

ମୟୁରଭଞ୍ଜ:ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ମାଡ଼ ମାରିବା ଅଭିଯୋଗ ଘଟଣା । ଏହି ଘଟଣାକୁ ପ୍ରତିବାଦ କରି ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ମୟୁରଭଞ୍ଜ ଜିଲ୍ଲାର ସବୁ ସରକାରୀ କର୍ମଚାରୀ । କଳାବ୍ୟାଜ ପିନ୍ଧି ଆନ୍ଦୋଳନ କରିବେ ।

ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରତିବାଦରେ ଆଜିଠୁ ୩ ଦିନ ପାଇଁ ଜିଲ୍ଲାର ସରକାରୀ କର୍ମଚାରୀ କଳା ବ୍ୟାଜ୍ ପିନ୍ଧିବେ ବୋଲି ସୂଚନା ଦିଆଯାଇଛି । ଏହି ମଧ୍ୟରେ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏପଟେ ସରକାରୀ ଅଧିକାରୀଙ୍କ ଉପରେ ଏହିପରି ଆକ୍ରମଣକୁ ବିରୋଧ କରି ବିଶ୍ୱେଶ୍ୱରଙ୍କ ବହିଷ୍କାର ଦାବି କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଅନ୍ୟପଟେ ଏହି ବାଡ଼େଇବା ଘଟଣା ମନଗଢ଼ା ବୋଲି ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନ୍ କହିଛନ୍ତି ।

Comments are closed, but trackbacks and pingbacks are open.