Latest Odisha News

ନାମ ଲେଖା ପାଇଁ ରାଜ୍ୟରେ କୋହଳ ବୟସ ସୀମା: ‘ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ’

ଭୁବନେଶ୍ବର: କେନ୍ଦ୍ର ଅପେକ୍ଷା ରାଜ୍ୟରେ ନାମ ଲେଖା ବୟସ ସୀମା କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ମାର୍ଚ୍ଚ ୩୧ ନୁହେଁ, ସେପ୍ଟେମ୍ବର ୧ ସୁଦ୍ଧା ପିଲାକୁ ୬ ବର୍ଷ ହୋଇଥିବା ଦରକାର । ଏନେଇ ଆଜି ଦ୍ବନ୍ଦ୍ବ ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ପିଲାଙ୍କ ଆଡମିଶନ ବୟସକୁ ନେଇ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ଅପେକ୍ଷା ରାଜ୍ୟରେ ନାମଲେଖା ବୟସ କୋହଳ କରାଯାଇଛି । କେନ୍ଦ୍ରରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ୬ ବର୍ଷ ହେଉଥିବା ନିୟମ ରହିଛି । ହେଲେ ଏଥିରେ ଅନେକ ପିଲା ବାଦ୍ ପଡିଯିବା ବେଳେ ରାଜ୍ୟରେ ଏହି ନିୟମକୁ କୋହଳ କରାଯାଇଛି । ରାଜ୍ୟରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ ହେଉଥିବା ଦରକାର । ଯେମିତି କେହିବି ପିଲା ଏଥିରୁ ବଞ୍ଚିତ ନହୁଅନ୍ତୁ, ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ସେପଟେ ଆସନ୍ତା ବର୍ଷ ସିଲାବସ୍ ବଦଳିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁହେବ ନୂଆ ସିଲାବସ୍‌ । ପ୍ରଥମେ ଏନଇପି ଲାଗୁ ପରେ ସିଲାବସ୍‌ ପରିବର୍ତ୍ତନ ପାଇଁ କମିଟି ହୋଇଛି । ନୂଆ ସିଲାବସ୍ ପରିବର୍ତ୍ତନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ପାଠ୍ୟ ଖସଡା ବଦଳିବ । ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ଏହି ନୂଆ ସିଲାବସ୍‌ ଆସିବ । ଏନେଇ କମିଟି ତର୍ଜମା କରୁଛି, ରାଜ୍ୟ ପାଇଁ ଯାହା ଠିକ୍‌ ହେବ ତାହା ତାହା ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.