Latest Odisha News

BREAKING NEWS

କୋଭିଡ ହସ୍ପିଟାଲର ଯାଂଚ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ସରକାରୀ ଓ ଅନ୍ୟ କୋଭିଡ ହସ୍ପିଟାଲର ହେବ ଯାଂଚ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ଯାଂଚ ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଦେଶର ବିଭିନ୍ନ ହସ୍ପିଟାଲ୍‌ରେ କରୋନାଭାଇରସ୍ ରୋଗୀମାନଙ୍କ ତତ୍ତ୍ବାବଧାନରେ ଅଭାବ ପରିଲକ୍ଷିତ ହେଉଥିବା କଥା ଜାଣିବା ପରେ ସରକାରଙ୍କୁ ଏହାର ପ୍ରତିକାର ଲାଗି ନିର୍ଦେଶ ଦେଇଥିଲେ କୋର୍ଟ ।

କୋଭିଡ୍-୧୯ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଓ ଅନ୍ୟ ଡାକ୍ତରଖାନାଗୁଡ଼ିକୁ ଯାଞ୍ଚ, ସର୍ବେକ୍ଷଣ ଏବଂ ପଥପ୍ରଦର୍ଶନ କରିବା ନିମନ୍ତେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଗଠିତ ଏହି ବିଶେଷଜ୍ଞ କମିଟିକୁ ଦାୟିତ୍ବ ଦିଆଯାଇଛି। ଆଜି ରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅଶ୍ବିନୀ ଚୌବେ ରାଜ୍ୟସଭାରେ ଏ କଥା କହିଛନ୍ତି।ଅଶ୍ବିନୀ ଚୌବେ କହିଛନ୍ତି, କୋଭିଡ୍-୧୯ ପରୀକ୍ଷା ଓ ଚିକିତ୍ସା ନିମନ୍ତେ ସୁଲଭ ମୂଲ୍ୟ ଧାର୍ଯ୍ୟ କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଲାବ୍ରୋଟେରି ରିପୋର୍ଟକୁ ଅପେକ୍ଷା ନ କରି ସନ୍ଦିଗ୍ଧ କୋଭିଡ୍-୧୯ ରୋଗୀମାନଙ୍କ ଶବକୁ ତୁରନ୍ତ ସେମାନଙ୍କର ଆତ୍ମୀୟମାନଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଉପଦେଶନାମା ଜାରି କରିଛନ୍ତି। କିନ୍ତୁ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ମାର୍ଗଦର୍ଶିକା ଓ ଶବ ପରିଚାଳନା ଆଧାରରେ ଏହି ଶବ ହସ୍ତାନ୍ତର କରାଯିବା ଉଚିତ।

Leave A Reply

Your email address will not be published.