Latest Odisha News

ଅନ୍ନଦାତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ରାଜ୍ୟ ସଭାରେ ଆଜି ପାରିତ ହୋଇଛି କୃଷି ବିଲ୍ । ବିରୋଧୀଙ୍କ ବିରୋଧ ସତ୍ତ୍ୱେ କୃଷି ବିଧେୟକ ଉପରେ ଅନ୍ତିମ ମୋହର ବାଜିଛି । ଏହାପରେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଇଟ୍ କରି ଦେଶର ସମସ୍ତ କୃଷକ ତଥା ଅନ୍ନଦାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ଟ୍ୱିଇଟ୍ କରି ଲେଖିଛନ୍ତି ଯେ, ଭାରତ କୃଷି ଇତିହାସରେ ଆଜିର ଦିନ ଏକ ବଡ ଦିନ । ସଂସଦରେ ପାସ୍ ହୋଇଥିବା କୃଷି ବିଲ୍‌କୁ ନେଇ ମୁଁ ସମସ୍ତ ପରିଶ୍ରମି ଅନ୍ନଦାତାଙ୍କୁ ଶୁଭେଚ୍ଛା ଜଣାଉଛି । ଏହା କେବଳ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବ ତାହା ନୁହେଁ, ବରଂ ଏହାଦ୍ୱାରା କୋଟି କୋଟି କୃଷକ ସଶକ୍ତ ହେବେ । ଆଜି ଯେଉଁ ବିଲ୍ ପାସ୍ ହୋଇଛି ସେଥିରେ କୃଷକମାନଙ୍କୁ ସ୍ୱାଧୀନତା ମିଳିଛି । ଏଥିରେ ସେମାନେ ସେମାନଙ୍କ ଆୟ ଦ୍ୱିଗୁଣିତ କରିବାକୁ ପ୍ରୟାସ କରିବେ ଓ ସେମାନଙ୍କ ସମୃଦ୍ଧି ନିଶ୍ଚିତ ହେବ । ଏଥିସହ କୃଷକମାନେ ଟେକ୍ନୋଲଜୀର ନିକଟତର ହୋଇପାରିବେ।

Leave A Reply

Your email address will not be published.