ଭୁବନେଶ୍ବର: ରାଜ୍ୟରେ ଏନଇପି ଲାଗୁ ଏବଂ ନୂଆ ସିଲାବସ୍ ନେଇ ପିଲାଙ୍କ ମନରେ ଦ୍ବନ୍ଦ୍ବ ରହିଥିବା ବେଳେ ଏନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏ ବର୍ଷ ଏପ୍ରିଲରେ ରାଜ୍ୟରେ ଏନଇପି ଲାଗୁ ନେଇ ଚର୍ଚ୍ଚାରେ ମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁହେବ ନୂଆ ସିଲାବସ୍ । ପ୍ରଥମେ ଏନଇପି ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ହୋଇଛି । ନୂଆ ସିଲାବସ୍ ପରିବର୍ତ୍ତନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ପାଠ୍ୟ ଖସଡା ବଦଳିବ । ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ଏହି ନୂଆ ସିଲାବସ୍ ଆସିବ । ଏନେଇ କମିଟି ତର୍ଜମା କରୁଛି, ରାଜ୍ୟ ପାଇଁ ଯାହା ଠିକ୍ ହେବ ତାହା ତାହା ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ମନ୍ତ୍ରୀଙ୍କ ବୟାନ ପରେ ଆସନ୍ତା ଶିକ୍ଷାବର୍ଷରେ ଗଣଶିକ୍ଷା ବିଭାଗରେ ଏନଇପି ଲାଗୁ ହେବା ନେଇ ଆଶା ରହିଛି । ଜାତିୟ ଫ୍ରେମୱାର୍କକୁ ସଂପୂଣ୍ଣ ଅନୁସରଣ ନ କରି ରାଜ୍ୟର ଆବଶ୍ୟକତାକୁ ଦେଖି ପ୍ରସ୍ତୁତ ହେବ ଫ୍ରେମୱାର୍କ । ଏଥିଲାଗି ରାଜ୍ୟ ପାଇଁ ନୂଆ ଫ୍ରେମୱାର୍କ ପ୍ରସ୍ତୁତ ହେବ । ତେବେ ରାଜ୍ୟରେ ଏନଇପି କିଭଳି କାର୍ଯ୍ୟକାରୀ ହେବ ସେ ନେଇ ଶିକ୍ଷାବିତମାନେହ ଆଶଙ୍କା ପ୍ରକାଶ କରିଥିଲେ । କାରଣ ରାଜ୍ୟରେ ଥିବା ବିଭିନ୍ନ ବିଦ୍ୟାଳୟରେ ଆବଶ୍ୟକୀୟ ଭିତିଭୂମି ନାହିଁ କି ଏପର୍ଯ୍ୟନ୍ତ ମଧ୍ୟ ସିଲାବସ ପ୍ରସ୍ତୁତ ହୋଇନାହିଁ । ଆଉ ତା ଉପରେ ପୁଣି ଶିକ୍ଷକଙ୍କ ଅଭାବ । ତେବେ ସିଲାବସ୍ ପରିବର୍ତ୍ତନ ନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ମନ୍ତ୍ରୀ ।
ଏନଇପି ଲାଗୁରେ କ’ଣ ରହିଛି ବାଧା?
ତେବେ ରାଜ୍ୟରେ ବର୍ତ୍ତମାନ ଏନଇପି ଲାଗୁ କରିବା ପାଇଁ ବିଭିନ୍ନ ସମସ୍ୟା ରହିଛି । ରାଜ୍ୟରେ ଏନଇପି ଲାଗୁ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ । ଜାତୀୟ ଶିକ୍ଷାନୀତି ଢ଼ାଂଚାରେ ଏପର୍ଯ୍ୟନ୍ତ ସିଲାବସ୍ ପ୍ରସ୍ତୁତ ହୋଇନାହିଁ । ଅଙ୍ଗନବାଡ଼ି ଠୁଁ ଯୁକ୍ତ ଦୁଇ ପର୍ଯ୍ୟନ୍ତ, ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଭାବ । ତେଣୁ ୩ ବର୍ଷରୁ ପିଲାଟି ସ୍କୁଲ ଗଲେ ତାର ଦାୟିତ୍ବ ନେବା ପାଇଁ ତାଲିମପ୍ରାପ୍ତ କର୍ମଚାରୀ ନାହାନ୍ତି । ଯାହାକୁ ନେଇ ନୂଆ ସରକାରଙ୍କ ପାଇଁ ବହୁ ଚାଲେଞ୍ଜ ରହିଥିବା ବେଳେ ଏହା ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ନେଇ ଆଶଙ୍କା ।
Comments are closed.