Latest Odisha News

BREAKING NEWS

ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣା: ‘ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି’

ନୂଆଦିଲ୍ଲୀ: ଡାକ୍ତରୀ ପରୀକ୍ଷା ନିଟ୍ ସମ୍ପର୍କରେ ବର୍ତ୍ତମାନ ସମଗ୍ର ଦେଶରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଛି । ପ୍ରଶ୍ନ ପତ୍ର ଲିକ୍ ଖବର ପ୍ରଚାର ପରେ ଅନେକ ରାଜନୈତିକ ଦଳ ଏବଂ ଛାତ୍ର ସଂଗଠନ ଏହାକୁ ବିରୋଧ କରୁଛନ୍ତି । ଅନ୍ୟପକ୍ଷରେ ଏନଟିଏ ନିକଟରେ ଅନୁଷ୍ଠିତ ୟୁଜିସି ନେଟ୍ ପରୀକ୍ଷା କୁ ବାତିଲ କରିଦେଇଛି ।

ନିଟ ପ୍ରଶ୍ନ ପତ୍ର ଲିକ୍ ଏବଂ ୟୁଜିସି ନେଟ୍ ପରୀକ୍ଷାକୁ ବାତିଲ କରିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଥିବା ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପେପର ଲିକ୍ ରେ  ଅପରାଧୀଙ୍କୁ ଖୋଜିବା ଉଚିତ ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ବିମୁଦ୍ରୀକରଣ ଏବଂ ଅର୍ଥନୀତି ସହିତ ସରକାର ଯାହା କରିଛନ୍ତି, ତାହା ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ କରାଯାଇଛି । ଏହି କାରଣରୁ ଲୋକମାନେ ଚିନ୍ତିତ ଅଛନ୍ତି । ଏକ ସ୍ଵାଧୀନ, ବସ୍ତୁନିଷ୍ଠ ଶିକ୍ଷା ବ୍ୟବସ୍ଥା କୁ ବିଲୋପ କରାଯାଇଛି । ଯେଉଁମାନେ ଏଠାରେ ଦୋଷୀ, ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ୍।

 

Comments are closed.