Latest Odisha News

BREAKING NEWS

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନକୁ ଆସିବେ ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ ଓ କଣ୍ଟେଣ୍ଟ ପ୍ରୋଗ୍ରାମ

ନୂଆଦିଲ୍ଲୀ: ଦେଶରେ ଚାଲୁଥିବା ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଓ ଅନଲାଇନ୍ କଣ୍ଟେଣ୍ଟ ପ୍ରୋଗ୍ରାମ ଏଣିକି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆସିବ । ଆଜି ଏନେଇ କେନ୍ଦ୍ର ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ।

କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଅନଲାଇନ୍ ଫିଲ୍ମ, ଅଡିଓ-ଭିଜୁଆଲ୍ ପ୍ରୋଗ୍ରାମ୍, ଅନଲାଇନ୍ ନ୍ୟୁଜ୍ ଆଦି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆସିବେ । ଅନ୍ ଲାଇନ ଓ୍ୱେବସାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ପାଖରେ ଖବର ପ୍ରସାରଣ କରିବାର ସ୍ୱାଧୀନତା ରହିବ । କିନ୍ତୁ ଖବର ପ୍ରସାରଣ ନେଇ ଉତ୍ତରଦାୟୀ ହେବାକୁ ପଡ଼ିବ । କୌଣସି ଖବର ବା ଭିଡିଓକୁ ନେଇ ଆପତ୍ତି ଉଠିଲେ ସରକାର ଜବାବ ତଲବ କରିପାରିବେ ।

ଓଟିଟି ପ୍ଲାଟଫର୍ମରେ ନ୍ୟୁଜ୍ ପୋର୍ଟାଲ୍, ନେଟଫ୍ଲିକ୍ସ, ହଟଷ୍ଟାର୍, ଆମାଜନ ପ୍ରାଇମ ଭିଡିଓ ଭଳି ଷ୍ଟ୍ରିମିଂ ସେବା ରହିଛି । ଏସବୁ ଇଣ୍ଟରନେଟରେ ଉପଲବ୍ଧ ହେଉଛି । ନୂଆ ନିର୍ଦ୍ଦେଶନାମା ଅନୁସାରେ ଏମାନେ ସମସ୍ତେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନକୁ ଆସିବେ ।

Leave A Reply

Your email address will not be published.