Latest Odisha News

BREAKING NEWS

ଏଫସିଆଇଏଲର ତାଳଚେର ୟୁନିଟ୍ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ)ର ତାଳଚେର ୟୁନିଟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଚୟନ କରାଯାଇଥିବା କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକର ଯୌଥ ଉଦ୍ୟୋଗ ମାଧ୍ୟମରେ ଏଠାରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଆମୋନିଆ ୟୁରିଆ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରହିଛି । ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ଗେଲ), ରାଷ୍ଟ୍ରୀୟ କେମିକାଲ୍ସ ଓ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫ), କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) ଏବଂ ଏଫସିଆଇଏଲ ଏହି ଯୌଥ ଉଦ୍ୟୋଗର ଅଂଶୀଦାର ରହିଛନ୍ତି । ଏଥିପାଇଁ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫଏଲ) ନାମକ ଏକ ଯୌଥ ଉଦ୍ୟୋଗ କମ୍ପାନୀ ଗଠନ କରାଯାଇଛି ।

ତାଳଚେର ସାର କାରଖାନା ନିର୍ମାଣ ପର୍ଯ୍ୟାୟରେ ୪୫୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଏହି କାରଖାନା କାର୍ଯ୍ୟକ୍ଷମ ହେବା ପରେ ୫୧୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବ୍ୟତୀତ, ତାଳଚେର ସାର କାରଖାନା ପୂର୍ବାଞ୍ଚଳରେ ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବ । ଏହା ଓଡ଼ିଶାର ଚାଷୀଙ୍କ ପାଇଁ ଯଥେଷ୍ଟ ପରିମାଣର ୟୁରିଆ ଉପଲବ୍ଧ କରାଇବ । ଏନେଇ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।

Leave A Reply

Your email address will not be published.