Latest Odisha News

BREAKING NEWS

ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ : କର୍ଣ୍ଣାଟକ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ବରିଷ୍ଠ ନେତା ବାସବରାଜ ବୋମାଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି । ଆସନ୍ତାକାଲି ଅପରାହ୍ନ ୩ଟା ୨୦ରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋମାଇ । ବିଧାୟକ ଦଳ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅରୁଣ ସିଂହ ଓ ଜି. କିଷନ ରେଡ୍ଡୀ ଉପସ୍ଥିତ ଥିଲେ । ବାସବରାଜ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗତ ୨୬ ତାରିଖରେ ବିଏସ୍‌ ୟେଦ୍ୟୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କର୍ଣ୍ଣାଟକ ରାଜନୀତିରେ ୟେଦ୍ୟୁରପ୍ପା ଶାସନର ପତନ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚାଲିଥିଲା କଳ୍ପନା ଜଳ୍ପନା । ଶେଷରେ ଏହି ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡିଛି । ବିଜେପି ବିଧାୟକ ଦଳ ବୈଠକରେ ୟେଦ୍ୟୁରପ୍ପା ବାସବରାଜ ବୋମାଇଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାକୁ ସର୍ବସମ୍ମତି କ୍ରମେ ମୋହର ମାରିଥିଲେ ଦଳୀୟ ନେତା । ବୋମାଇ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବାରୁ ସେ ସରକାର ଗଠନ ପାଇଁ ରାଜ୍ୟପାଳ ଥାୱରଚନ୍ଦ ଗେହଲଟଙ୍କ ଆଗରେ ଦାବି ଉପସ୍ଥାପନ କରିବେ ।

Leave A Reply

Your email address will not be published.