Latest Odisha News

କାର୍ଯ୍ୟକାରି ହେବ ‘ଆଦର୍ଶ ସୌର ଗ୍ରାମ: ମୁକ୍ତ ବିଜୁଳି ଯୋଜନା’: ମିଳିବ ୧ କୋଟି ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ଅଧୀନରେ ‘ଆଦର୍ଶ ସୌର ଗ୍ରାମ’ର କାର୍ଯ୍ୟକାରିତା ନିମନ୍ତେ  ମାର୍ଗଦର୍ଶିକା ପ୍ରକାଶ ପାଇଛି। ‘ଆଦର୍ଶ ସୌର ଗ୍ରାମ’ ଯୋଜନା ଅଧୀନରେ ସମଗ୍ର ଭାରତରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ହେବ । ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମସମୂହମାନଙ୍କୁ ସେମାନଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବାରେ ଆତ୍ମନିର୍ଭରଶୀଳ ହେବାକୁ ସକ୍ଷମ କରିବା ହେଉଛି ଏହାର ଲକ୍ଷ । ଏହି ଯୋଜନା ପାଇଁ ମୋଟ ୮୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି । ଏହି ଯୋଜନା ଅଧିନରେ ମନୋନୀତ ଆଦର୍ଶ ସୌର ଗ୍ରାମ ପିଛା ୧ କୋଟି ଟଙ୍କା ପ୍ରଦାନ କରାଯିବ ।

ପ୍ରତିଯୋଗିତା ପଦ୍ଧତିରେ ଏକ ଗ୍ରାମ ଭାବରେ ବିବେଚିତ ହେବା ପାଇଁ, ଗୋଟିଏ ଗ୍ରାମ ଏକ ରାଜସ୍ୱ ଗ୍ରାମ ହେବା ଆବଶ୍ୟକ । ଯାହାର ଜନସଂଖ୍ୟା ୫୦୦୦ରୁ ଅଧିକ ହୋଇଥିବ । ସର୍ବାଧିକ ଆରଇ କ୍ଷମତା ଥିବା ପ୍ରତ୍ୟେକ ଜିଲ୍ଲାର ବିଜେତା ଗ୍ରାମକୁ ୧ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ଅନୁଦାନ ମିଳିବ। ଜିଲ୍ଲାସ୍ତରୀୟ କମିଟିର ତତ୍ତ୍ୱାବଧାନରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଅକ୍ଷୟ ଶକ୍ତି ଉନ୍ନୟନ ଏଜେନ୍ସି ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ କରାଯିବ ।

ସୌର ଛାତ କ୍ଷମତାର ପରିସୀମା ବୃଦ୍ଧି କରିବା ଏବଂ ଆବାସିକ ପରିବାରମାନଙ୍କୁ ସେମାନଙ୍କର ନିଜସ୍ୱ ବିଜୁଳି ଉତ୍ପାଦନ ପାଇଁ ସଶକ୍ତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୨୯ ଫେବୃଆରୀ ୨୦୨୪ରେ ପିଏମ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନାକୁ ଅନୁମୋଦନ କରିଥିଲେ । ଏହି ଯୋଜନାରେ ୭୫,୦୨୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।  ଏହା ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

 

 

Comments are closed.