Latest Odisha News

BREAKING NEWS

ଆସନ୍ତାକାଲି ଦ୍ୱିତୀୟାର୍ଦ୍ଧରେ ରାଜଧାନୀରେ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଜାଣନ୍ତୁ କାରଣ…

ଭୁବନେଶ୍ବର: ଆସନ୍ତାକାଲି ଦ୍ବିତୀୟାର୍ଦ୍ଧରେ ରାଜଧାନୀ ଭୁବନେଶ୍ବରରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।

ସେହିପରି ରାଜସ୍ବ ଓ ମାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ) ଛୁଟି ରହିବ। ଅତ୍ୟଧିକ ଭିଡ଼ ଓ ଟ୍ରାଫିକ୍‌ ସମସ୍ୟା ଆଶଙ୍କାରେ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମୋଦିଙ୍କ ରୋଡ୍‌ ସୋ’ ରୁଟ୍‌ ଓ ଜନତା ମଇଦାନ ସମାରୋହ ସ୍ଥଳରେ ପ୍ରାୟ ୧୩୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ଜଗିବେ। ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ରିହର୍ସାଲ କରାଯିବ। ୨୦ ତାରିଖ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରାୟ ୩ ଘଣ୍ଟା ବିମାନବନ୍ଦରରୁ ଏଜି ଛକ, ରାଜଭବନ ଗୋଲେଇ, ଜୟଦେବ ବିହାର ଓ ଜାଭିୟର ଛକ ରାସ୍ତା ବନ୍ଦ ରହିବ।

Comments are closed.