Latest Odisha News

BREAKING NEWS

ବେସରକାରୀ କଲେଜକୁ ମିଳିବ ସରକାରୀ ମାନ୍ୟତା

ଭୁବନେଶ୍ୱର: ଏଣିକି ସମସ୍ତ ଉଚ୍ଚଶିକ୍ଷା ବିଭାଗ ପରିସରରେ ଥିବା ବେସରକାରୀ କଲେଜକୁ ମିଳିବ ସରକାରୀ ମାନ୍ୟତା। ୨୦୦୮ ରୁ ୨୦୧୩ ମସିହା ମଧ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ କଲେଜକୁ ରାଜ୍ୟ ସରକାର ଗ୍ରାଣ୍ଟ ଇନ୍ ଏଡ୍ ପରିସରଭୁକ୍ତ କରିବେ। ସେହିପରି କଲେଜକୁ ମାନ୍ୟତା ଓ ଦରମା ପ୍ରଦାନ ପାଇଁ ନୂଆ ଗ୍ରାଣ୍ଟ ଇନ୍ ପଲିସି କରାଯିବ। ଏନେଇ ପ୍ରସ୍ତୁତ ହେଉଛି ଉଚ୍ଚ ଶିକ୍ଷା ବିଭାଗ।

ସୂଚନା ଅନୁଯାୟୀ, ରାଜ୍ୟରେ ୨୦୦୮ ରୁ ୨୦୧୩ ମସିହା ମଧ୍ୟରେ ପ୍ରାୟ ୨୯୬ଟି ବେସରକାରୀ କଲେଜ ରହିଛି। ଆଉ ଏହି ବର୍ଗରେ 3 ହଜାରରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ କାମ କରୁଛନ୍ତି। କିନ୍ତୁ ଅନ୍ୟପଟେ ଏପରି ନିଷ୍ପତ୍ତିକୁ ନେଇ ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୦୮ ପରଠାରୁ ପ୍ରତିଷ୍ଠା ହୋଇଥିବା ସମସ୍ତ କଲେଜକୁ ସରକାରୀ ମାନ୍ୟତା ଦାବି କରି ଲୋୟର ପିଏମଜିରେ ଏକ ବର୍ଷ ଧରି ଧାରଣାରେ ବସିଛି ସଂଘ।

ସଂଘ କହିବା କଥା ହେଲା, ୨୦୦୮ ଯାଏ ରାଜ୍ୟରେ ପ୍ରାୟ ୩୫୦ ଘରୋଇ କଲେଜ ପ୍ରତିଷ୍ଠା ହୋଇଛି। ଏଥିରେ ୫୫୦୦ ଅଧ୍ୟାପକ ଓ କର୍ମଚାରୀ କାମ କରୁଛନ୍ତି। ୨୦୧୪ ପରିବର୍ଦ୍ଧିତ ଅନୁଦାନ ନୀତି ଆସିନଥିବାରୁ ଏକାଥରେ୨୦୦୮ ପର୍ଯ୍ୟନ୍ତ ସମସ୍ତ କଲେଜକୁ ସାମିଲ କରିବାକୁ ସଂଘ ଦାବି କରିଛି।

Leave A Reply

Your email address will not be published.