Latest Odisha News

BREAKING NEWS

ମଣିପୁର ବିଧାନସଭା ଅଧିବେଶନ ରଦ୍ଦ କଲେ ରାଜ୍ୟପାଳ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ଅଚଳାବସ୍ଥା। ଆଜିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ରଦ୍ଦ କଲେ ରାଜ୍ୟପାଳ। ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ରବିବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୈତେଇ-କୁକି ସମ୍ପ୍ରଦାୟ ମଧ୍ୟରେ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ବିବାଦ ସମୟରେ ବିରୋଧୀ ଦଳ କ୍ରମାଗତ ଭାବରେ ତାଙ୍କର ଇସ୍ତଫା ଦାବି କରି ଆସୁଥିଲେ।

ବୀରେନ ସିଂହ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ବିଷୟରେ ଆଲୋଚନା କରୁଥିଲେ। ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ, ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ମଣିପୁରରେ ଏନ ବୀରେନ ସିଂହଙ୍କ ଇସ୍ତଫା ଦେବା ଘଟଣା ଏବେ ରାତନୀତିରେ ହଲଚଲ ସୃଷ୍ଟି ହୋଇଛି।

ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଏନ ବୀରେନ ସିଂହଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହିତ ଆରମ୍ଭ ହେବାକୁ ଥିବା ମଣିପୁର ବିଧାନସଭାର ବଜେଟ୍ ଅଧିବେଶନକୁ ମଧ୍ୟ ବାତିଲ କରାଯାଇଛି। ଆପଣଙ୍କୁ କହି ରଖୁଛୁ ଯେ ଏହି ବଜେଟ ଅଧିବେଶନରେ ହିଁ କଂଗ୍ରେସ ଏନ ବୀରେନ ସିଂହ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା।

ଏନ ବୀରେନ ସିଂହଙ୍କ ଇସ୍ତଫା ପରେ ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ? ଯେତେବେଳେ ରାଜ୍ୟ ବିଜେପି ମୁଖ୍ୟ ଶାରଦା ଦେବୀଙ୍କୁ ଏ ବିଷୟରେ ପଚରାଗଲା, ସେ କହିଲେ ଯେ ଏହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ସେ କହିଥିଲେ ଯେ ବୀରେନ ସିଂହ ୨୦୧ ମସିହାରୁ ମଣିପୁରର ବିକାଶ ପାଇଁ ନିରନ୍ତର ଭାବରେ ଅକ୍ଲାନ୍ତ ପରିଶ୍ରମ କରିଆସୁଛନ୍ତି। ତାଙ୍କର ଇସ୍ତଫା ରାଜ୍ୟର ଅଖଣ୍ଡତା ରକ୍ଷା ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଏନଡିଟିଭି ସୂତ୍ରକୁ ଆଧାର କରି କହିଛି ଯେ ମେ ୨୦୨୩ ରେ ହିଂସା ଘଟିବା ପରେ, ୧୨ ଜଣ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ଜିଦ୍ ଧରିଥିଲେ। ଏହା ବ୍ୟତୀତ କନରାଡ ସଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି ମଧ୍ୟ ବିଜେପିରୁ ସମର୍ଥନ ପ୍ରତ୍ୟାହାର କରିଥିଲା। ଫ୍ଲୋର ଟେଷ୍ଟରେ ଦଳୀୟ ହ୍ୱିପ୍ ଉଲ୍ଲଂଘନ ହେବାର ସମ୍ଭାବନା ଥିଲା। ଏହି ସମ୍ଭାବନାକୁ ଏଡାଇବା ପାଇଁ, ମୁଖ୍ୟମନ୍ତ୍ରୀ ସିଂହ କେନ୍ଦ୍ରୀୟ ନେତୃତ୍ୱ ସହ କଥା ହୋଇ ଇସ୍ତଫା ଦେଇଥିବା କୁହାଯାଉଛି।

Comments are closed.