Latest Odisha News

୭୪ ତମ ସାଧାରଣତନ୍ତ୍ର ଦିବସ: ମହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର: ୭୪ ତମ ସାଧାରଣତନ୍ତ୍ର ଦିବସ ପାଳ କରୁଛି ଦେଶ। ଦୁଇ ବର୍ଷ କୋଭିଡ କଟକଣା ପରେ ଏଥର ସୁରଖୁରରେ ଗଣତନ୍ତ୍ର ଦିବସ ପାଳନ ହେଉଛି। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପାଳନ ହୋଇଛି। ଗୁରୁବାର ରାଜ୍ୟ ସରକାର ମହାତ୍ମାଗାନ୍ଧୀ ମାର୍ଗରେ ୭୪ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ପାଳନ କରୁଛନ୍ତି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହ ଛାତ୍ରଛାତ୍ରୀ ପରେଡ୍‌ରେ ଯୋଗ ଦେଇଥିଲେ। ଗଣତନ୍ତ୍ର ଦିବସରେ ପରେଡ୍‌ ଜାରି ରହିଥିବାରୁ ଗାନ୍ଧୀ ମାର୍ଗ ସହ ଅନେକ ରାସ୍ତା ସାଧାରଣ ଯାତାୟତ ପାଇଁ ବନ୍ଦ କରାଯାଇଛି।

ସୂଚନା ଅନୁସାରେ, ରାଜ୍ୟପାଳ ସକାଳ ୮.୨୮ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିଥିଲେ। ଏହାପରେ ଉନ୍ନୟନ କମିସନର ପ୍ରଦୀପ ଜେନା ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ରାଜ୍ୟପାଳଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ .୩୦ ମିନିଟ୍‌ରେ ରାଜ୍ୟପାଳ ପତାକା ଉତ୍ତୋଳନ କରିଥିଲେ

Image

ଏହାପରେ ରାଜ୍ୟ ପୁଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ମ୍ୟୁଜିକ୍ ଚାଲିବା ପରେ ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ, ଏସ୍ଏସ୍ ବାଟାଲିୟନ୍, ଏସ୍..ଜି, ଅଗ୍ନିଶମ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟନିର୍ବାହୀ ଦଳ ମିଳିତ ଭାବେ ପରେଡ କରିଥିଲେ। ତେବେ ପରେଡ୍‌ରେ ନୂଆ କଥା ହେଉଛି ଯେ ଆନ୍ଧ୍ର ପୁଲିସର ଏକ ଟିମ୍ ଏଥିରେ ସାମିଲ୍ ହୋଇଛି।

ଏହି ପରେଡ୍‌ରେ ରାଜ୍ୟ ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନୀ ମେଢ ଓ ସ୍କେଟିଂ ଏକାଡେମି ପକ୍ଷରୁ ସ୍କେଟିଂ ପ୍ରଦର୍ଶନ କରାଯାଇଛି। ତା ସହ ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ ମଧ୍ୟ ପ୍ରଦର୍ଶିତ କରାଯାଇଛି। ତେବେ ବାଇକରେ ଡେୟାରଡେଭିଲର ଦୁଃସାହସିକ କଳା ପ୍ରଦର୍ଶନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା।

Comments are closed.