Latest Odisha News

BREAKING NEWS

ସିରିଜ୍‌ ଦୁର୍ଘଟଣାରେ ୨ମୃତ, ୩ ଗୁରୁତର

ବୌଦ୍ଧ: ବହିରା ଛକ ନିକଟରେ ସିରିଜ ଦୁର୍ଘଟଣା । ସ୍କର୍ପିଓ ଧକ୍କାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ପତାକା ଉତ୍ତୋଳନ କରିବାକୁ ଯିବା ବେଳେ ଘଟିଥିଲା ଅଘଟଣ । ୬ଟି ବାଇକ ସହ ଗୋଟିଏ କାର ଚୁରମାର । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଏକ ସ୍କର୍ପିଓ ବଲାଙ୍ଗୀରରୁ ଭୁବନେଶ୍ବର ଯାଉଥିବା ସମୟରେ ୫ଟି ବାଇକ୍‌କୁ ଗୋଟାଏ ପରେ ଗୋଟାଏ ପିଟିଥିଲା । ଦୁର୍ଘଟଣାରେ ୫ ବାଇକ୍‌ ଚାଳକଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତ ବାଇକ୍‌ ଚାଳକ ହେଲେ ଅଇଁଲାପଳି ପିଇଓ ଗୋବିନ୍ଦ ସାହୁ । ଏହି ସମୟରେ ନିକଟରେ ହୋଟେଲ ପାଖରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗଜରାପୁର ଗ୍ରାମର ରବି ସାହୁ  ।

ମୃତ ଗୋବିନ୍ଦ ସାହୁ ପତାକା ଉତ୍ତୋଳନ କରିବା ପାଇଁ ବୌଦ୍ଧ ରୁ ପଂଚାୟତ ଅଫିସ କୁ ଆସିଲା ବେଳେ ସ୍କର୍ପିଓ ଧକ୍କ ଦେବା ଫଳରେ ଚାଲିଗଲା ଜୀବନ । ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା  । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି  ।

 

Leave A Reply

Your email address will not be published.