Latest Odisha News

BREAKING NEWS

ସରିଲା ୨୪ ନିର୍ବାଚନ, ଭାଙ୍ଗିଲା ୧୯ ବିଧାନସଭା

ଭୁବନେଶ୍ବର: ସରିଯାଇଛି ୨୪ ବିଧାନସଭା । ଆସନ୍ତାକାଲି ଖୋଲିବ ସିଲ୍ ହୋଇଥିବା ଭାଗ୍ୟ । ଏହାରି ଭିତରେ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବିଧାନସଭା ନିର୍ବାଚନ ଫଳାଫଳର ଦିନକ ପୂର୍ବରୁ ଆଜି ୨୦୧୯ ବିଧାନସଭା ଭଙ୍ଗ କରାଯାଇଛି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଯୋଗେ ସୂଚନା ଜାରି କରାଯାଇଛି । ଆଜି ସକାଳେ ଶେଷ ରାଜ୍ୟ କ୍ୟାବିନେଟ ବୈଠକ ବସିଥିବା ବେଳେ ବିଧାନସଭା ଭଙ୍ଗ ନେଇ ସୁପାରିସ ହୋଇଥିଲା । ଯାହାକୁ ଗ୍ରହଣ କରି ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ।

ସୂଚନାଯୋଗ୍ୟ, ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ । ଶାସନରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ନୂଆ ସରକାର ଗଢା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ବରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି ରାଜ୍ୟପାଳ । ଫଳାଫଳ ଆସିବା ପରେ ସର୍ବାଧିକ ଆସନ ପାଇଥିବା ଦଳକୁ ସରକାର ଗଢିବା ପାଇଁ ଆମନ୍ତ୍ରଣ ଦିଅନ୍ତି ରାଜ୍ୟପାଳ । ଏହାପରେ ବିଜୟୀ ଦଳର ମୁଖ୍ୟ ଶପଥ ଗ୍ରହଣ କରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ଗ୍ରହଣ କରିଥାନ୍ତି ।

Leave A Reply

Your email address will not be published.