Latest Odisha News

ବରଗଡ଼ରେ ଚାଷୀ, ଗ୍ରାମବାସୀ ଓ ବିଦ୍ୟାର୍ଥୀଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ ରାଜ୍ୟପାଳ

ବରଗଡ଼: ଆଜି ବରଗଡ଼ ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଅତାବିରାରେ ଚାଷୀଙ୍କୁ ଭେଟିଛନ୍ତି ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ରାଜ୍ୟପାଳ । ଧାନ ଦର ବୃଦ୍ଧି, ଚାଷୀଙ୍କୁ ବିଦ୍ୟୁତ ଛାଡ଼ ସହ ଟୋକନ ସମସ୍ୟାରୁ ଧାନ ବିକ୍ରୟ ହୋଇ ପାରୁନଥିବା ଏପରି ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା ।

ଏହାପରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖା ପକ୍ଷରୁ ୨ ଦଫା ଦାବିପତ୍ର ରାଜ୍ୟପାଳଙ୍କୁ ଦିଆଯାଇଥିଲା । ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ରାଜ୍ୟପାଳ ।

ଏହାପରେ ବରଗଡ଼ ବ୍ଲକ ଗୋବିନ୍ଦ ପୁର ପଞ୍ଚାୟତ ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ଓ ଜନ ହିତକର ଯୋଜନାକୁ ନେଇ ଆଲୋଚନା କରିଥିଲେ । ଅତାବିରା ଦୁର୍ଗା ଶକ୍ତି ସ୍ୱୟଂ ଶହାୟକ ଗୋଷ୍ଠୀ ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ବିଭିନ୍ନ ସ୍ଥାନରେ ସରକାରଙ୍କ ଲୋକାଭିମୁଖୀ ଯୋଜାନା ସମସ୍ତଙ୍କ ନିକଟରେ କିପରି ପହଞ୍ଚି ପାରିବ ଓ ସ୍କୁଲ କଲେଜ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ର କିପରି ଉପସ୍ଥାନ ବୃଦ୍ଧି ରହିବ ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରିଥିଲେ । ପରେ ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ରାଜ୍ୟପାଳ ରଘୁବର ଦାସ ।

Comments are closed.