ମୁମ୍ବାଇ: ଗୋବିନ୍ଦାଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ୍ ଚାଲୁନାହିଁ। ଗୋବିନ୍ଦା ପତ୍ନୀ ସୁନିତା ଆହୁଜାଙ୍କ ଠାରୁ ଛାଡପତ୍ରର ଅନ୍ତିମ ପର୍ଯ୍ୟାୟରେ ଥିବା ନେଇ ଚର୍ଚ୍ଚା ହେଉଛି। ଦୁହେଁ ସେମାନଙ୍କର ୩୭ ବର୍ଷର ବୈବାହିକ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅତୀତରେ ମଧ୍ଯ ସୁନିତା ସାକ୍ଷାତକାରରେ କହିଥିଲେ ଯେ ଗୋବିନ୍ଦା ତାଙ୍କ ସହିତ ରୁହନ୍ତି ନାହିଁ। ସେ ଥଟ୍ଟାରେ ମଧ୍ୟ କହିଥିଲେ ତାଙ୍କର ଅଫେୟାର ଚାଲିଛି। ତେବେ ଗୋବିନ୍ଦା ଏବଂ ସୁନୀତାଙ୍କ ଅଲଗା ହେବାର କାରଣ ଜଣେ ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀ ବୋଲି କୁହାଯାଉଛି। ଏନେଇ ଗୋବିନ୍ଦା କିମ୍ବା ସୁନିତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ବୟାନ ଆସିନାହିଁ।
ଆପଣଙ୍କୁ କହି ରଖୁଛୁ, ଗୋବିନ୍ଦ ଏବଂ ସୁନିତାଙ୍କ ଦୁଇ ସନ୍ତାନ ରହିଛନ୍ତି। ଦୁହେଁ ୧୧ ମାର୍ଚ୍ଚ ୧୯୮୭ରେ ବିବାହ କରିଥିଲେ। ସୁନିତା ବର୍ତ୍ତମାନ ତାଙ୍କ ପୁଅ ୟଶବର୍ଦ୍ଧନ ଏବଂ ଝିଅ ଟିନାଙ୍କ ସହ ରହୁଛନ୍ତି।
Comments are closed.