Latest Odisha News

BREAKING NEWS

‘ଗୋବିନ୍ଦା ମେରା ନାମ୍‌’ରେ ଏକାଠି ନଜର ଆସିବେ ଭିକି, ଭୁମି ଓ କିଆରା

ମୁମ୍ବାଇ: ସୁଜିତ ସିରକାରଙ୍କ ଚଳଚ୍ଚିତ୍ରରେ ସର୍ଦ୍ଦାର ଉଦାମ ସିଂଙ୍କ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିଣିଥିବା ଅଭିନେତା ଭିକି କୌଶଲଙ୍କ ଶୁକ୍ରବାର ଦିନ ତାଙ୍କର ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଏଥର ଭିକି ପ୍ରଶଂସକମାନେ ତାଙ୍କୁ ଗୋବିନ୍ଦା ୱାଗମେର ନାମକ ଏକ ମଜାଳିଆ ଚରିତ୍ରରେ ଦେଖିବାକୁ ମିଳିବେ।

ତାଙ୍କ ଆଗାମୀ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଗୋବିନ୍ଦା ମେରା ନାମ୍‌’। ଏଥିରେ ଭିକିଙ୍କ ସହ ଭୁମି ପେଡନେକର ଏବଂ କିଆରା ଆଡଭାନୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରି ଭିକି ଇନଷ୍ଟାଗ୍ରାମରେ ସେୟାର୍‌ କରିଛନ୍ତି। ‘ଗୋବିନ୍ଦା ମେରା ନାମ୍‌’ ୧୦ ଜୁନ୍ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିପାରେ।

Comments are closed.