Latest Odisha News

BREAKING NEWS

ଆନ୍ଦୋଳନକୁ ପ୍ରଭାବହୀନ କରିବାକୁ ବିଜେଡ଼ି ଚକ୍ରାନ୍ତ କରୁଛି: ଜୟଦେବ ଜେନା

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ୬ଘଣ୍ଟିଆ ହରତାଳ। ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ହରତାଳ କରାଯାଉଛି। ଧାରଣାରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ଜୟଦେବ ଜେନା। ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଆଜିର ଆନ୍ଦୋଳନର ପ୍ରଭାବ ପଡ଼ିଛି। ଲୋକମାନେ ସମର୍ଥନ କରିଛନ୍ତି। ବିଜେଡ଼ି କଂଗ୍ରେସକୁ ଡ଼ରୁଛି। ଆନ୍ଦୋଳନକୁ ପ୍ରଭାବହୀନ କରିବାକୁ ବିଜେଡ଼ି ଚକ୍ରାନ୍ତ କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ନ କରିବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଜୟଦେବ ଜେନା କହିଛନ୍ତି।

ସକାଳ ୬ଟାରୁ ଦିନ ୧୨ଟା ଯାଏଁ କଂଗ୍ରେସ ହରତାଳ କରୁଛି। ସୁର ରାଉତରାୟଙ୍କ ସହ କଂଗ୍ରେସକର୍ମୀ ମାଷ୍ଟରକ୍ୟାଣ୍ଡିନ ଛକରେ ପ୍ରତିବାଦ କରୁଛନ୍ତି। ଛାତ୍ର କଂଗ୍ରେସ ପକ୍ଷରୁ ହାତରେ ପ୍ଲାକାର୍ଡ଼ ଧରି ପ୍ରତିବାଦ କରାଯାଉଛି। ଆନ୍ଦୋଳନ ପାଇଁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.