Latest Odisha News

BREAKING NEWS

୬୦ ବର୍ଷରେ ପୁଣି ବିବାହ କଲେ ଗୋବିନ୍ଦା, ସାକ୍ଷୀ ରହିଲେ ମାଧୁରୀ ଓ ସୁନୀଲ

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଅଭିନେତା ଗୋବିନ୍ଦା । ଗୋବିନ୍ଦାଙ୍କ ଡ୍ୟାନ୍ସ ଠୁ ଆରମ୍ଭ କରି ତାଙ୍କ କମେଡି ଓ ଅଭିନୟକୁ ଆଜି ବି ଲୋକେ ପ୍ରଶଂସା କରନ୍ତି । ତାଙ୍କର ସେହି ଅନ୍ଦାଜରେ ଆଜି ବି ଅନେକ ପ୍ରଶଂସକ ଦିୱାନା । ତେବେ ବର୍ତ୍ତମାନ ଗୋବିନ୍ଦା ବଡ ପରଦାରୁ ଦୁରେଇ ରହିଥିବା ବେଳେ ଛୋଟ ପରଦାରେ ସବୁବେଳେ ସକ୍ରିୟ ଅଛନ୍ତି । ଅନେକ ରିଅଲିଟି ସୋରେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀଙ୍କୁ ଏକାଠି ଦେଖିବାକୁ ମିଳେ । ଏହାରିଭିତରେ ଟେଲିଭିଜନରେ ପ୍ରସାରିତ ରିଅଲିଟି ସୋ ‘ଡ୍ୟାନ୍ସ ଦିୱାନେ ୪’ର ସେଟରେ ପହଞ୍ଚିଥିଲେ ଅଭିନେତା ଗୋବିନ୍ଦା ଓ ପତ୍ନୀ ସୁନୀତା । ଏହି ସୋରେ ଜଜ୍ ଅଛନ୍ତି ବଲିଉଡ ଅଭିନେତା ସୁନିଲ ସେଟ୍ଟୀ ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ତେବେ ଏହି ସୋର ଆଗାମୀ ଏପିସୋଡରେ ୬୦ ବର୍ଷିୟ ଅଭିନେତା ଗୋବିନ୍ଦା ପୁଣିଥରେ ବିବାହ କରୁଥିବା ନଜର ଆସିବେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାସ୍ତବରେ ‘ଡ୍ୟାନ୍ସ ଦିୱାନେ ୪’ର ଅପକମିଙ୍ଗ ଏପିସୋଡରେ ଏକ ପ୍ରମୋ ରିଲିଜ କରିଛି କଲର୍ସ ଟିଭି । ପ୍ରମୋରେ ଦେଖିବାକୁ ମିଳୁଛି ଯେ, ସେଟରେ ଅଭିନେତା ତାଙ୍କ ପତ୍ନୀଙ୍କ ସହ ପହଞ୍ଚିଛନ୍ତି । ସେତେବେଳେ ମାଧୁରୀ କହିଛନ୍ତି ଯେ, ‘ଗୋବିନ୍ଦା ଜୀ, ଆପଣଙ୍କ ବିବାହ କେବେ ହେଲା ତା’ ଜାଣିହେଲାନି’ । ଏକଥା ଶୁଣି ଗୋବିନ୍ଦାଙ୍କ ପତ୍ନୀ ସୁନୀତା କହିଛନ୍ତି ଯେ, ‘ଆମ ପାଖରେ ବିବାହ ବେଳର କୌଣସି ଫଟୋ ନାହିଁ’ । ଏହାପରେ ମାଧୁରୀ କହିଛନ୍ତି ଯେ, ‘ତେବେ ଚିନ୍ତା କରିବାର କିଛି କଥା ନାହିଁ, ଆଜି ଏଠାରେ ଡ୍ୟାନ୍ସ ଦିୱାନେର ପୁରା ପରିବାର ଅଛି, ତା’ ଛଡା ବର କନିଆଁ ବି ଅଛନ୍ତି । ଆଜି ଏଠାରେ ଆମେ ପୁଣି ଥରେ ତୁମ ଦୁହିଁଙ୍କର ବିବାହ କରିବୁ’ ।

 

View this post on Instagram

 

A post shared by ColorsTV (@colorstv)

ଏହାପରେ ମଞ୍ଚ ଉପରେ ମାଧୁରୀ ଏବଂ ସୁନୀଲ ସେଟ୍ଟୀ ଉଭୟଙ୍କୁ ବରଣମାଳ ଦେଇଥିଲେ । ଏହାପରେ ପତ୍ନୀ ସୁନୀତା ଏକଦମ ମଜାଳିଆ ଶୈଳୀରେ ଗୋବିନ୍ଦାଙ୍କୁ ପିଙ୍କି ଡାର୍ଲିଙ୍ଗ କହି ଉଭୟେ ଉଭୟଙ୍କ ବେକରେ ବରଣମାଳ ଗଳାଇଥିବା ନଜର ଆସିଛନ୍ତି । ବରଣମାଳା ଗଳାଇବା ପରେ ଉଭୟେ ଏକ ସୁନ୍ଦର ଡ୍ୟାନ୍ସ ମଧ୍ୟ କରିଥିବା ନଜର ଆସିଛନ୍ତି । ତେବେ ୬୦ ବର୍ଷ ବୟସରେ ଗୋବିନ୍ଦା ନିଜ ପ୍ରେମିକା ତଥା ପତ୍ନୀଙ୍କ ସହ ପୁଣିଥରେ ବିବାହ କରିଥିବା ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ସେପଟେ ପ୍ରଶଂସକ ମଧ୍ୟ ଉତ୍ସାହର ସହ ଏହି ଏପିଶୋଡକୁ ଦେଖିବାକୁ ଚାହିଁ ବସିଛନ୍ତି ।

କହିରଖୁଛୁ ଯେ, ଅଭିନେତା ଗୋବିନ୍ଦା ପତ୍ନୀ ସୁନୀତା ଆହୁଜାଙ୍କୁ ସିକ୍ରେଟ ବିବାହ କରିଥିଲେ । ବାସ୍ତବରେ ଗୋବିନ୍ଦାଙ୍କୁ ଏଥିପାଇଁ ତାଙ୍କ କ୍ୟାରିଅର ଉପରେ ପ୍ରଭାବ ପଡିବାର ଡର ଥିଲା । ସେଥିପାଇଁ ବିବାହର ପୁରାପୁରି ଏକ ବର୍ଷ ପର୍ଯ୍ୟନ୍ତ ସେ ନିଜର ବିବାହ କଥା ଲୁଚାଇ ରଖିଥିଲେ । ଝିଅ ଟୀନାର ଜନ୍ମ ହେବା ପରେ ଗୋବିନ୍ଦା ସୁନୀତାଙ୍କ ସହ ବିବାହ କରିଥିବା କଥା ସମସ୍ତଙ୍କୁ ଜଣାଇଥିଲେ ।

Leave A Reply

Your email address will not be published.