Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟର ବଡ ଝଡକା, ଗିରଫ ହୋଇପାରନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବଡ ଝଟକା । ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରାନଯାଉ ବୋଲି ଯେଉଁ ଯାଚିକା କେଜ୍ରିୱାଲ କରିଥିଲେ ସେହି ରୋକ ବିପକ୍ଷରେ ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ମଦ ଦୁର୍ମିତୀ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଇଡିର ଗିରଫଦାରୀ ଭୟରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ । ତାଙ୍କର ଏହି ଯାଚିକା ଉପରେ ଆଜି ଶୁଣାଣୀ କରିଛନ୍ତି ହାଇକୋର୍ଟ । ଏହି ସମୟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘବୀ ହାଇକୋର୍ଟରେ କହିଥିଲେ କି ଲୋକସଭା ନିର୍ବାଚନ ପରେ ତାଙ୍କୁ ଗିରଫ କରାଯାଉ । ଅତି କମ୍‌ରେ ତାଙ୍କୁ ନିର୍ବାଚନ ଲଢିବାକୁ ଦିଆଯାଉ । କିନ୍ତୁ ତାଙ୍କ ଯାଚିକାକୁ ଖାରଜ କରିଥିଲେ ମାନ୍ୟବର ହାଇକୋର୍ଟ ।

ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏଥିପାଇଁ କୌଣସି ସମ୍ମତି ଦେଇପାରିବୁ ନାହିଁ । ଅନ୍ୟପକ୍ଷରେ କୋର୍ଟ ଆଜି ଇଡିକୁ କହିଛନ୍ତି ଯଦି କେଜ୍ରିୱାଲଙ୍କ ବିରୁଦ୍ଧରେ ଆପଣଙ୍କ ପାଖରେ କୌଣସି ଠୋସ୍ ପ୍ରମାଣ ଅଛି ତେବେ ଆପଣ ତାହା ଦେଖାନ୍ତୁ । ଏହାର ଉତ୍ତରରେ ଇଡି କହିଛି ଯାଞ୍ଚ ସମ୍ବନ୍ଧିତ ସାମଗ୍ରୀ ଏପରି କୋର୍ଟରେ ଆମେ ସର୍ବସମ୍ମୁଖରେ ରଖି ପାରିବୁ ନାହିଁ । କୋର୍ଟ କହିଛନ୍ତି ତେବେ ଆପଣ ଏହା କେବଳ ଆମକୁ ଦେଖାନ୍ତୁ । କିନ୍ତୁ ଏହାର ପ୍ରତିଉତ୍ତରରେ ଇଡି କହିଛି ଆମେ ଆଇନ ଆଧାରରେ ହିଁ କାର୍ଯ୍ୟାନୁଷ୍ଠାନ ନେଉଛୁ । ଆଇନ କେଜ୍ରିୱାଲ ଓ ସାଧାରଣ ଜନତାଙ୍କ ଲାଗି ସମାନ ଅଟେ ।

ଆସନ୍ତା ଏପ୍ରିଲ ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା । ବାସ୍ତବରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ୯ଟି ସମନ ପଠାଇଛି । ମାତ୍ର ସମନ ପାଇ ମଧ୍ୟ ଥରେ ହେଲେ ବି ଇଡିରେ ହାଜର ହୋଇନଥିଲେ କେଜ୍ରିୱାଲ । ଏଥିପାଇଁ କେଜ୍ରିୱାଲ କୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ ଏବଂ ଯଦି ସେ ଇଡି କାର୍ଯ୍ୟାଳୟକୁ ଯାଆନ୍ତି ତେବେ ତାଙ୍କୁ ଯେପରି ଗିରଫ କରାନଯିବ ସେଥିପାଇଁ ଏକ ନିଶ୍ଚିତତା କୋର୍ଟରୁ ମାଗିଥିଲେ । କିନ୍ତୁ କୋର୍ଟ ଖୋଲାଖୋଲି ଭାବେ କହିଛନ୍ତି ଯେ, ତାଙ୍କୁ ଇଡିରେ ହାଜର ହେବାକୁ ପଡ଼ିବ ଏବଂ ତାଙ୍କ ଗିରଫଦାରୀ ଉପରେ କୋର୍ଟ କୌଣସି ରାୟ ଦେଇପାରିବ ନାହିଁ ।

ଏହି ସମୟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘବୀ ହାଇକୋର୍ଟରେ କହିଥିଲେ କି ଲୋକସଭା ନିର୍ବାଚନ ପରେ ତାଙ୍କୁ ଗିରଫ କରାଯାଉ । ଅତି କମ୍‌ରେ ତାଙ୍କୁ ନିର୍ବାଚନ ଲଢିବାକୁ ଦିଆଯାଉ । ଶୁଣାଣୀ ସମୟରେ ସିଙ୍ଘବୀ କୋର୍ଟରେ କହିଥିଲେ କି ଯଦି ଆପଣଙ୍କୁ କେଜ୍ରିୱାଲଙ୍କୁ ଗିରଫ କରିବାକୁ ଏତେ ଖୁସି ଲାଗୁଛି ତେବେ ତାଙ୍କୁ ଜୁନ୍‌ରେ ଗିରଫ କରାଯାଉ । ସିଙ୍ଘବୀ କହିଥିଲେ କି ନିର୍ବାଚନ ପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ସୁରକ୍ଷା ଦିଆଯାଉ ।

 

Leave A Reply

Your email address will not be published.