Latest Odisha News

BREAKING NEWS

ପ୍ରଶଂସକଙ୍କୁ ଆଲର୍ଟ କଲେ ଗୋବିନ୍ଦା, ଲକ୍ଷ୍ନୌ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ମିଛ

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ତାଙ୍କ ନାମରେ ପ୍ରକାଶିତ ଏକ ବିଜ୍ଞାପନ ଦେଖି ଚକିତ ହୋଇ ପଡିଥିଲେ । ଏହି ବିଜ୍ଞାପନରେ ୨୦ ଡିସେମ୍ବରରେ ଗୋବିନ୍ଦାଙ୍କୁ ପ୍ରଶଂସକ ସାକ୍ଷାତ କରିପାରିବେ ଉଲ୍ଲେଖ ରହିଥିଲା । ଏହା ଜାଣିବା ମାତ୍ରେ ସେ ସଙ୍ଗେ ସଙ୍ଗେ ସୋସିଆଲ ସାଇଟରେ ଏ ନେଇ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ । ମୁଁ ଏ ଭଳି କୌଣସି ଇଭେଂଟରେ ଯୋଗ ଦେଉନି । ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର । ଆପଣମାନେ ଏଥିରେ ଭ୍ରମିତ ହୁଅନ୍ତୁ ନାହିଁ ।

ବିଜ୍ଞାପନରେ ଲେଖା ଯାଇଥିଲା “ଇ ଲାଇଟ ପ୍ରଡକ୍ସନ ଦ୍ୱାରା ବିଜିନେସ ଆୱାର୍ଡ କାର୍ଯ୍ୟକ୍ରମ । ଗୋବିନ୍ଦାଜୀ ସେ ମିଲନେ କା ସୁନହେରା ମୌକା । ମିଲିୟେ ଖାନା ଖାଇୟେ ଗୋବିନ୍ଦା ଜୀକେ ସାଥ । ଅପକେ ସହରେ ଲକ୍ଷ୍ନୌ ମେଁ’’ । ସୂଚନାଯୋଗ୍ୟ, ଗୋବିନ୍ଦା ନିକଟରେ ନିଜ ୟୁ ଟ୍ୟୁବ ଚ୍ୟାନେଲ ଗୋବିନ୍ଦା ରୟାଲ୍ସରେ ଟିପ ଟିପ ବରଷା ପାନୀ ଗୀତ ରିଲିଜ କରିଥିଲେ । ଯାହା ସେ ନିଜେ ଲେଖିଥିଲେ ଏବଂ ଗାଇଥିଲେ । ଏହା ଏବେ ବେଶ ଲୋକପ୍ରିୟତା ହାସଲ କରିଛି ।

Leave A Reply

Your email address will not be published.