Latest Odisha News

[ଭିଡିଓ] ସଙ୍ଗୀତ ସମାରୋହରେ ଉଡିଲା ବିଡାବିଡା ଟଙ୍କା

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏଥିରେ କଏଦ ହୋଇଛି ସଙ୍ଗୀତ ସମାରୋହର କିଛି ଅବିଶ୍ୱସନୀୟ ଦୃଶ୍ୟ । ଜଣେ ଗାୟିକା ଗୀତ ଗାଉଥିବାବେଳେ ନିକଟରେ ଥିବା ଲୋକ ଉଡାଇଥିଲେ ବିଡାବିଡା ଟଙ୍କା ।

ଭିଡିଓଟି ଗୁଜରାଟରୁ ଆସିଛି । ସେଠିକାର ଚର୍ଚ୍ଚିତ ଗାୟିକା ଉର୍ବଶୀ ରଡାଦିୟା କିଛି ଦିନ ପୂର୍ବରୁ ଏହି ଭିଡିଓଟିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଗୁଜରାଟରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ସଙ୍ଗୀତ ସମାରୋହରେ ଆୟୋଜନ କରି ଉର୍ବଶୀଙ୍କୁ ଗୀତ ଗାଇବାକୁ ନିମନ୍ତ୍ରିତ କରିଥିଲେ । ସେହି ସମୟରେ ଦର୍ଶକ ତଥା ଶ୍ରୋତାମାନେ ତାଙ୍କ ଗୀତରେ ମନ୍ତ୍ରମୁଗ୍‌ଧ ହୋଇ ଟଙ୍କା ବର୍ଷା କରିଥିଲେ । ଭିଡିଓରେ ଜଣେ ବ୍ୟକ୍ତି ଏକ ଟଙ୍କାଭର୍ତ୍ତି ବାଲତି ଉର୍ବଶୀଙ୍କ ଉପରେ ଢାଳିବାରେ ସ୍ପଷ୍ଟ ଦେଖାଯାଇପାରେ ।

Leave A Reply

Your email address will not be published.