ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ କଳାକାର ହେଲେ ଗୋବିନ୍ଦା । ବିଭିନ୍ନ ପ୍ରକାରର ଅଭିନୟ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଗୋବିନ୍ଦା ତାଙ୍କ ମାଆ ନିର୍ମଳା ଦେବୀଙ୍କୁ ଜୀବନଠାରୁ ବେଶି ଭଲ ପାଆନ୍ତି । ନିକଟରେ ଏକ ସାକ୍ଷାତକାରରେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଏହା କହିଛନ୍ତି । ମାଆଙ୍କ ଜନ୍ମଦିନରେ ଗୋବିନ୍ଦା ତାଙ୍କ ପାଦ ଧୂଆ ପାଣି ପିଇଥାନ୍ତି ଏବଂ ଏହା ମୁଁ ନିଜେ ଦେଖିଛି ବୋଲି ସେ କହିଛନ୍ତି । ତାଙ୍କପରି ପୁଅ ମିଳିବା ଏ ସଂସାରରେ ବହୁତ କମ୍ ।
୧୯୮୬ରେ ଇଲଜାମ ଫିଲ୍ମ ମାଧ୍ୟମରେ ଗୋବିନ୍ଦା ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଆଉ ପଛକୁ ଚାହିଁ ନାହାନ୍ତି । ପରିବାର ସହ ସମୟ କାଟିବାକୁ ସେ ଭଲ ପାଆନ୍ତି ବୋଲି ସୁନୀତା କହିଛନ୍ତି । ଗୋବିନ୍ଦାଙ୍କ ପରି ପତି ମୁଁ ସବୁ ଜନ୍ମରେ ଚାହିଁବି ବୋଲି ସେ ଭାବ ପ୍ରବଣ ହୋଇ କହିଛନ୍ତି ।
Comments are closed.