Latest Odisha News

BREAKING NEWS

‘ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ: ୧୩ ଜିଲ୍ଲାରେ ଆଲର୍ଟରେ ସରକାର’

ଭୁବନେଶ୍ୱର: ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ବାତ୍ୟା ଦାନା। ଗୁରୁବାର ରାତି ଶୁକ୍ରବାର ସକାଳ ସୁଦ୍ଧା ଏହା ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା ଥିବା ବେଳେ ଏଥିପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଏନେଇ ମନ୍ତ୍ରୀ କହିଛନ୍ତି, ସରକାର ବାତ୍ୟା ପ୍ରସ୍ତୁତି କରିସାରିଛନ୍ତି। ମନ୍ତ୍ରୀ ମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି। ବରିଷ୍ଠ ଆଇଏଏସ ଅଫିସର ଜିଲ୍ଲା ବୁଲୁଛନ୍ତି। ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ପରି ଜିଲ୍ଲାରେ ବର୍ଷା ପରିମାଣ ଅଧିକ ଥିବାରୁ ସେଠି ସରକାର ଆଲର୍ଟ ରହିଛନ୍ତି। ୧୩ ଜିଲ୍ଲାରେ ସରକାର ସମସ୍ତ ପୂର୍ବପ୍ରସ୍ତୁତି କରିଛନ୍ତି।

ବାତ୍ୟାର ଗତିପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ଭିତରକନିକା ପାର୍ଶ୍ଵରେ ହେବା ନେଇ ଅନୁମାନ କରାଯାଉଛି। ବର୍ତ୍ତମାନ ଏହା ୨୮୦ କିଲୋମିଟର ପାରାଦ୍ୱୀପ ଓ ୩୧୦ କିଲୋମିଟର ଧାମରାରୁ ଅଛି। ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆଗକୁ ବଢୁଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହେବ। ମୟୁରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବର୍ଷାର ପରିମାଣ ବଢିବା।

ତେବେ ସରକାରଙ୍କ ପକ୍ଷରୁ ୬୫୦୦ ରିଲିଫ ସେଣ୍ଟର ପ୍ରସ୍ତୁତ କରାଯାଇଛି।ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡ଼ିବ। ବାତ୍ୟା ମୁକାବିଲା ପାଇଁ ୧୯ଟି NDRF, ୫୧ ଓଡ୍ରାଫ୍ , ୧୭୮ ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛି। ୧୦ ମିନିଟରେ ଗଛ କାଟି ରାସ୍ତା କ୍ଲିୟର୍ କରିବାକୁ ବ୍ୟବସ୍ଥା ହୋଇଛି। ଏଯାଏଁ ବିଜୁଳି କାଟ୍ ଖବର ଆସିନି, ପବନର ବେଗ ବଢ଼ିଲେ ଏନେଇ ପଦକ୍ଷେପ ନିଆଯିବ।

Leave A Reply

Your email address will not be published.