ନୂଆଦିଲ୍ଲୀ: ପୂଜା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଦଶହରା ଭେଟି । ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ପୂଜା ବୋନସ । କେନ୍ଦ୍ର କ୍ୟାବିନେଟରେ ଏନେଇ ନିସ୍ପତ୍ତି ହୋଇଛି ।
ଏହି ବୋନସକୁ ନନ୍ ଗେଜେଟେଡେ କର୍ମଚାରୀଙ୍କୁ ଦିଆଯିବ। ଏହାଦ୍ୱାରା ପ୍ରାୟ ୩୦.୬୭ ଲକ୍ଷ କର୍ମଚାରୀ ଲାଭବାନ ହେବେ। କ୍ୟାବିନେଟର ଏହି ନିଷ୍ପତ୍ତି ଦ୍ୱାରା ସରକାରଙ୍କ ଉପରେ ଅତିରିକ୍ତ ୩,୭୩୭ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବିଜୟାଦଶମୀ ପୂର୍ବରୁ ଡାରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସିଷ୍ଟମ ଦ୍ୱାରା ଏହି ବୋନସ ପ୍ରଦାନ କରାଯିବ। ଏହାପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ମଚାରୀଙ୍କ ପାଇଁ ଏଲଟିସି କ୍ୟାଶ ଭାଉଚର ସ୍କିମ ଓ ସ୍ୱତନ୍ତ୍ର ପୂଜା ଆଡଭାନ୍ସ ସ୍କିମ ଘୋଷଣା କରିଥିଲେ।
Comments are closed.