Latest Odisha News

BREAKING NEWS

ଏସଏଫଜେ ଆତଙ୍କବାଦୀ ଗୁରପଟୱନ୍ତ ସିଂ ପନ୍ନୁଙ୍କ ସମ୍ପତି ଜବତ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଶିଖ ଫର ଜଷ୍ଟିସ (ଏସଜେଏଫ)ର ମୁଖ୍ୟ ତଥା ଆତଙ୍କବାଦୀ ଗୁରୁପଟୱନ୍ତ ସିଂ ପନ୍ନୁଙ୍କ ସମ୍ପତି ଜବତ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ କାର୍ଯ୍ୟକଳାପ ଓ ଧାରା ୫୧-ଏ ଅନୁଯାୟୀ ଏହାକୁ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହମନ୍ତ୍ରଣାଳୟ ଗତ ବର୍ଷ ଜୁଲାଇରେ ପନ୍ନୁଙ୍କ ସମେତ ୮ଜଣଙ୍କୁ ଆତଙ୍କବାଦୀ ଭାବେ ଚିହ୍ନଟ କରିଥିଲା ।

ଅନ୍ୟମାନେ ହେଲେ ବାବର ଖାଲସା ଇଂଟରନ୍ୟାଶନାଲ ପରମଜିତ ସିଂ, ଖଲିସ୍ତାନ ଟାଇଗର ଫୋର୍ସର ହରଦୀପ ସିଂ, ବାଗା ଅଫ ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ଗୁରମିତ୍ ସିଂ ଏବଂ ରଞ୍ଜିତ ସିଂ । ଅମୃତସର ଓ ଜଳନ୍ଧରରେ ଥିବା ପନ୍ନୁଙ୍କ ସମ୍ମତି ଜବତ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.