Latest Odisha News

ରାଉରକେଲାରେ ୨୫% ଲୋକଙ୍କ ଦେହରେ ଆଂଟିବଡି

ରାଉରକେଲା: ରାଉରକେଲାରେ ଲୋକ ମାନଙ୍କ ଦେହରେ କେତେ ପ୍ରତିଶତ ଆଂଟିବଡି ସୃଷ୍ଟି ହୋଇଛି ସେନେଇ ଆଇସିଏମଆର ପକ୍ଷରୁ ସେରୋ ସର୍ଭେ କରାଯାଇଥିଲା । ୩୧ ଅଗଷ୍ଟରୁ ୫ ସେପ୍ଟେମ୍ବର ଯାଏ କରାଯାଇଥିବା ଏହି ସେରୋ ସର୍ଭେରେ ଜଣାପଡିଛି ଯେ, ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଛି ।

ଏହାର ଅର୍ଥ ହେଉଛି ଯେ, ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କ ଦେହରେ କୋଭିଡ ଭୂତାଣୁ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ତିଆରି ହୋଇଛି । ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହେବା ବହୁତ ଭଲ କଥା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ରାଉରକେଲାରେ ପାଖାପାଖି ୪୫ ହଜାର ବରିଷ୍ଠ ଲୋକ ରହିଛନ୍ତି । ଘରକୁ ଘର ବୁଲି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ବିଭିନ୍ନ ରୋଗ ବାବଦରେ ବୁଝିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ, ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଉରକେଲାରେ ପର୍ଯ୍ୟାପ୍ତ ପରିମାଣର ଆଇସିୟୁ ବେଡ୍ ଉପଲବ୍ଧ ରହିଛି । ଆବଶ୍ୟକ ପଡିଲେ ଝାରସୁଗୁଡା ଓ ସମ୍ବଲପୁରରୁ ଆସୁଥିବା ରୋଗୀଙ୍କୁ ଏଠାରେ ସେବା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.