Latest Odisha News

BREAKING NEWS

ପିଆଜ ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ପିଆଜ ଦର । ବର୍ଦ୍ଧିତ ଦରକୁ ଦୃଷ୍ଟିରେ ରଖି ପିଆଜର ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ଦେଶ ବାହାରକୁ ପିଆଜ ରପ୍ତାନୀ ଉପରେ ରୋକ ଲଗାଯାଇଛି ।

ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ । ଲଗାଣ ବର୍ଷା ଓ ପରେ ବନ୍ୟା କାରଣରୁ ଚଳିତ ଥର ପିଆଜ ଚାଷରେ ବାଧାପ୍ତାପ୍ତ ସୃଷ୍ଟି ହୋଇଛି । ଯାହାଫଳରେ ଉତ୍ପାଦନ ଅନେକ ମାତ୍ରରେ ହ୍ରାସ ପାଇଥିବା ଜଣାପଡିଛି । ତେବେ ଆଗକୁ ଯେପରି ଦେଶରେ ପିଆଜର୍ ଅଭାବୀ ଦେଶରେ ଦେଖାନଯାଏ ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର।

ତେବେ ଗତ ମେ’ ମାସ ଠାରୁ ନାସିକ ଜିଲ୍ଲାର ଲାସାଲଗାଁ ହୋଲସେଲ୍ ମାର୍କେଟରେ ପିଆଜ ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଆସୁଛି। ଏହାସହ କର୍ଣ୍ଟାଟକାରେ ମାତ୍ରାଧିକ ବର୍ଷା ପିଆଜ ଅମଳ ଉପରେ ଅନେକ ପ୍ରଭାବ ପକାଇଛି । ତେଣୁ ଆଗକୁ ପିଆଜର ଦର ବୃଦ୍ଧି ହେବା ନେଇ ଆକଳନ କରାଯାଉଛି ।

Comments are closed.