Latest Odisha News

BREAKING NEWS

ଜାନୁଆରୀ ୧ ଯାଏଁ ବାଣ ଉତ୍ପାଦନ ଓ ବିକ୍ରି ଉପରେ ରୋକ୍ ଲଗାଇଲେ ସରକାର

ନୂଆଦିଲ୍ଲୀ: ଆସନ୍ତା ଶୀତ ଋତୁରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ସୋମବାର ବାଣ ଉତ୍ପାଦନ, ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କଟକଣା ୨୦୨୫ ମସିହା ଜାନୁଆରୀ ୧ ଯାଏଁ ବଳବତ୍ତର ରହିବ।

ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏନେଇ ସୂଚନା ଦେବା ସହ କହିଛନ୍ତି ଯେ ଏହି ବ୍ୟାନ ଅନଲାଇନ୍ ବିକ୍ରୟ ଏବଂ ଅନଲାଇନ ଡେଲିଭରି ପାଇଁ ମଧ୍ୟ ଲାଗୁ।

ତେବେ ଏହି ପ୍ରତିବନ୍ଧକକୁ କଡାକଡି ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଏବଂ ରାଜସ୍ୱ ବିଭାଗ ସହଯୋଗରେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ତଥା ରୋକିବା ପାଇଁ ୨୧ଟି ମୁଖ୍ଯ ପଏଣ୍ଟକୁ ଆଧାର କରି ଏହା ଦିଲ୍ଲୀ ସରକାରଙ୍କ ଶୀତକାଳୀନ ଆକ୍ସନ ପ୍ଲାନର ଏକ ଅଂଶବିଶେଷ ବୋଲି କୁହାଯାଉଛି।

Comments are closed.