Latest Odisha News

ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ସରକାର

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସରକାର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ସର୍ବଦଳୀୟ ବୈଠକ ଡାକିଛନ୍ତି। ଯଦି ରାହୁଲ ଗାନ୍ଧୀ ଯୋଗ ଦିଅନ୍ତି, ତେବେ ଏହା ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କର ସର୍ବଦଳୀୟ ବୈଠକ ହେବ।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଜୁଲାଇ ୨୧ ତାରିଖ ପୂର୍ବାହ୍ନ ୧୧ଟାରେ ସଂସଦ ଭବନ ଆନେକ୍ସର ମୁଖ୍ୟ କମିଟି କକ୍ଷରେ ଏହି ପାରମ୍ପରିକ ଅଧିବେଶନ ପୂର୍ବ ସମାବେଶ କରିବେ। ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ରେ ଶେଷ ହେବ ଏବଂ ବଜେଟ୍ ଉପସ୍ଥାପନ ଜୁଲାଇ ୨୩ରେ ହେବ।

ସରକାରୀ କାର୍ଯ୍ୟର ଆବଶ୍ୟକତା ଅନୁଯାୟୀ ଅଧିବେଶନ ଅଗଷ୍ଟ ୧୨ରେ ଶେଷ ହୋଇପାରେ ବୋଲି ସରକାରଙ୍କ ପକ୍ଷରୁ ଏକ ସରକାରୀ ବିବୃତିରେ କୁହାଯାଇଛି।

ତୃଣମୂଳ କଂଗ୍ରେସ ଏହି ବୈଠକରେ ଯୋଗ ଦେବାର ସମ୍ଭାବନା ନାହିଁ। ପଶ୍ଚିମବଙ୍ଗର ଶାସକ ଦଳ ଜୁଲାଇ ୨୧କୁ ସହିଦ ଦିବସ ଭାବେ ପାଳନ କରୁଥିବାରୁ ଦଳର କୌଣସି ପ୍ରତିନିଧି ବୈଠକରେ ଯୋଗ ଦେବେ ନାହିଁ ବୋଲି ଏନଡିଟିଭି ସୂତ୍ରରୁ ପ୍ରକାଶ।

Comments are closed.