Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ହେଟକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ

ଗଞ୍ଜାମ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ସାରା ବିଶ୍ୱରେ ହଇଚଇ । ଓଡ଼ିଶାକୁ ବି ଗତ ୧୫ ଦିନରେ ବ୍ରିଟେନରୁ ଫେରିଛନ୍ତି ଲୋକ । ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡିବାକୁ ମନା କରିଛି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବିନା ଅନୁମତିରେ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ରିଟେନରେ କୋରୋନା ନୂଆ ଷ୍ଟ୍ରେନ ଚିହ୍ନଟ ପରେ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ବେଳାଭୂମି ଓ ପିକ୍‌ନିକ୍ ସ୍ପଟ୍‌ରେ ମଧ୍ୟ ଯେମିତି ଭିଡ଼ ନହୁଏ ତାଉପରେ ନଜର ରଖିବା ପାଇଁ କୁହାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ବ୍ରହ୍ମପୁରକୁ ତିନି ଜଣ ବ୍ରିଟେନରୁ ଫେରିଛନ୍ତି ।

Leave A Reply

Your email address will not be published.