Latest Odisha News

BREAKING NEWS

Grok AI: ଭାରତ ସରକାର Grokର ଅପବ୍ୟବହାର ଉପରେ ଦୃଢ଼ ଆଭିମୁଖ୍ୟ; ୭୨ଘଣ୍ଟାରେ ରିପୋର୍ଟ ଦାଖଲ କରିବାକୁ କହିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର Grokର ଅପବ୍ୟବହାର ବିରୁଦ୍ଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ଏକ ସରକାରୀ ନୋଟିସ ପଠାଇଛି। Grok AIରୁ ଅଶ୍ଳୀଳ କଣ୍ଟେଣ୍ଟ ହଟାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏକ୍ସକୁ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ସରକାର Grok ଏବଂ xAIର ଅନ୍ୟ ସେବା ଯେପରିକି AI-ଆଧାରିତ ସେବାର ଅପବ୍ୟବହାର ମାଧ୍ୟମରେ ଅଶ୍ଳୀଳ, ନଗ୍ନ, ଅଶାଳୀନ ଏବଂ ଯୌନ ସ୍ପଷ୍ଟ ବିଷୟବସ୍ତୁ ହୋଷ୍ଟିଂ, ପୋଷ୍ଟିଂ, ସେୟାରିଂ କିମ୍ବା ଅପଲୋଡ୍ କରିବା ସମ୍ପର୍କରେ ଏକ ରିପୋର୍ଟ ମାଗିଛନ୍ତି।

କିଛିଦିନ ଭିତରେ ଗ୍ରୋକର ଅପବ୍ୟବହାରର ଅନେକ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ କିଛି ଲୋକ ଏହାର ପ୍ରତିବାଦ କରି ସରକାରଙ୍କଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗ୍ରୋକ୍ ହେଉଛି ଏକ AI ଚାଟବଟ୍ ଏବଂ ସହାୟକ ଟୁଲ୍ ଯାହାକୁ ଏଲୋନ ମସ୍କଙ୍କ କମ୍ପାନୀ xAI ଦ୍ୱାରା ତିଆରି କରାଯାଇଛି। ଏହି ଟୁଲ୍ ଟି ପ୍ରତିଛବି ସୃଷ୍ଟି କରିପାରିବ ଏବଂ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବ ।

GROk AI ବ୍ୟବହାର କରି ମହିଳାଙ୍କ ସେକ୍ସୁଆଲ କିମ୍ବା ଆପତ୍ତିଜନକ ଫଟୋ ଓ ବିଷୟବସ୍ତୁ ପୋଷ୍ଟ କରୁଥିବା ବ୍ୟବହାରକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଏପରି ସମସ୍ତ ବିଷୟବସ୍ତୁକୁ ୭୨ଘଣ୍ଟା ମଧ୍ୟରେ ହଟାଇ ଦିଆଯିବା ଆବଶ୍ୟକ, ଏବଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ମନ୍ତ୍ରଣାଳୟକୁ ପ୍ରଦାନ କରାଯିବା ଆବଶ୍ୟକ। ଯଦି X ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଏହା ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

MeitY ଚେତାବନୀ ଦେଇଛି ଯେ ଏପରି କାର୍ଯ୍ୟ ଯୌନ ଉତ୍ପୀଡ଼ନକୁ ସାଧାରଣ କରିଥାଏ ଏବଂ ଆଇନଗତ ସୁରକ୍ଷାକୁ ଦୁର୍ବଳ କରିଥାଏ।

Leave A Reply

Your email address will not be published.